ବିବାହ ଉତ୍ସବରେ ନବଦମ୍ପତିଙ୍କୁ ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର

ବିବାହ ଉତ୍ସବରେ ନବଦମ୍ପତିଙ୍କୁ ମହଙ୍ଗାରୁ ମହଙ୍ଗା ଉପହାର

ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର ଦେଲେ ବନ୍ଧୁ

 ହସି ହସି ବେଦମ୍ ନବବଧୂ,ଭାଇରାଲ ହେଲା ଭିଡ଼ିଓ

ବିବାହ ଉତ୍ସବରେ ଟଙ୍କାପଇସା କିମ୍ବା ସୁନାଗହଣା ବଦଳରେ ନବ ଦମ୍ପତିଙ୍କୁ ମିଳିଲା ପେଟ୍ରୋଲ, ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର। ବଢ଼ୁଥିବା ଦରଦାମ ଭିତରେ ତାମିଲନାଡୁରେ ଜଣେ ନବ ବିବାହିତ ଦମ୍ପତିଙ୍କୁ ତାଙ୍କ ବନ୍ଧୁମାନରେ ଏପରି ଉପହାର ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଶୁଭାକର୍ଯ୍ୟରେ ଯୋଗଦେବାକୁ ଆସିଥିବା ବନ୍ଧୁ ମାନଙ୍କ ମଧ୍ୟରୁ ନବବିବାହିତଙ୍କୁ କିଏ ପେଟ୍ରୋଲ ତ କିଏ ଗ୍ୟାସ ସିଲିଣ୍ଡର ପୁଣି ଆଉ କିଏ ପିଆଜ ଉପହାର ଦେଇଛନ୍ତି। ସବୁଠାରୁ ମଜାଦାର କଥା ହେଲା ଉପହାର ଦେଖି ନିଜ ହସକୁ ଚାପି ନପାରି ନବବଧୂ ଜଣକ, ସ୍ୱାମୀଙ୍କ ବନ୍ଧୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସତରେ, ଏ ଉପହାର ବହୁତ ମହଙ୍ଗା।

ଦିନକୁ ଦିନ ପେଟ୍ରୋଲିୟମ ଉତ୍ପାଦ ଗୁଡ଼ିକର ଦର ହୁ ହୁ ହୋଇ ବଢ଼ୁଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ୁଛି। ଗତ ୧୧ ଦିନ ହେଲା ଲଗାତାର ଇନ୍ଧନ ଦାମ ବଢି ଚାଲିଛି। ଆଉ ଏସବୁ ଭିତରେ ବିବାହ ଉତ୍ସବରେ ବନ୍ଧୁମାନରେ ବଢ଼ୁଥିବା ସାମଗ୍ରୀ  ଉପହାର ଦେଉଥିବା ମାମଲା ସାମ୍ନାକୁ ଆସୁଛି। ତାମିଲନାଡୁରେ ଜଣେ ନବ ବିବାହିତଙ୍କୁ ବନ୍ଧୁମାନେ ବାହାବେଦୀରେ ମଜାଳିଆ ଅନ୍ଦାଜରେ ପାଞ୍ଚ ଲିଟର ପେଟ୍ରୋଲ,ଗ୍ୟାସ ସିଲିଣ୍ଡର ଓ ପିଆଜ ଉପହାର ଦେଇଛନ୍ତି। ଆଉ ସେହି ଉପହାରକୁ ନବଦମ୍ପତି ମଧ୍ୟ ଅତ୍ୟନ୍ତ ଆଗ୍ରହ ସହକାରେ ଗ୍ରହଣ କରିଛନ୍ତି। ତେବେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଭିଡ଼ିଓରେ ଦେଖିବାକୁ ମିଳୁଛି ଅତିଥିମାନଙ୍କୁ ଅଭିବାଦନ କରିବା ସମୟରେ ବରର ବନ୍ଧୁମାନେ ପାଞ୍ଚ ଲିଟର ପେଟ୍ରୋଲ ନେଇ ଷ୍ଟେଜ ଉପରେକୁ ଚଢ଼ିଯାଆନ୍ତି। ଅନ୍ୟପଟେ ଆଉ କିଛି ବନ୍ଧୁଙ୍କ ହାତରେ ଥାଏ ଗ୍ୟାସ ସିଲିଣ୍ଡର ଏ‍ବଂ ପିଆଜ ମାଳ। ସମସ୍ତେ ଭିନ୍ନ ଭିନ୍ନ ପ୍ରକାର ଉପହାର ଦେଉଥିବା ସମୟରେ ବରର ବନ୍ଧୁମାନେ କନ୍ୟା ହାତକୁ ବଢ଼ାଇ ଦିଅନ୍ତି ଏହି ସବୁ ଜିନିଷ। ତେବେ ଏହି ସବକୁ ଉପହାର ପାଇ ବିବାହିତା କନ୍ୟା ନିଜ ହସ ରୋକିବାକୁ ବହୁତ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ୪୫ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓ ଦେଖି ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

You might also like