୨୨ ଯାଏ ଜେଲରେ ରହିବେଲ ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଏବେ ରିୟା ୧୪ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ। ରିୟା ଓ ତାଙ୍କ ଭାଇ ସୌଭିକଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ସେସନ୍ସ କୋର୍ଟ।

ରିୟା, ତାଙ୍କ ଭାଇ ସୌଭିକଙ୍କ ସହ ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା, ଜୈଦ ବିଲାତ୍ରା ଏବଂ ଅବୁଦୁଲ ବାସିତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତେବେ ଜାମିନ ପାଇଁ ପୁଣି ଆସନ୍ତା ସପ୍ତାହରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ରିୟାଙ୍କ ଓକିଲ।

ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତ ମଙ୍ଗଳବାର ରିୟାଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଆଜି କୋର୍ଟ ରାୟ ଦେଇ କହିଛନ୍ତି, ଅଭିଯୁକ୍ତଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଜାମିନ ହେବା ଠିକ୍ ହେବନି। ଆଗରୁ ନିଜ ବୟାନରୁ ପଲଟି ରିୟା କହିଥିଲେ ଯେ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଇବାରେ ତାଙ୍କର ସଂପୃକ୍ତିକୁ ସ୍ୱୀକାର କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା।

ହେପାଜତରେ ଥିବାବେଳେ ତାଙ୍କ ଉପରେ ଚାପ ପକାଇ ତାଙ୍କଠାରୁ ବୟାନ ନିଆଯାଇଛି ବୋଲି ରିୟା ଅଭିଯୋଗ କରିଥିଲେ। ଡ୍ରଗ୍ସ ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ କି ସେ କିଛି ଭୁଲ୍ କରିନାହାନ୍ତି।

You might also like