ରିୟାଙ୍କୁ ୮ ଘଣ୍ଟା ଜେରା ବେଳେ ଉଗାଳିଲେ ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗତକାଲି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା। ଜେରା ସମୟରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବ୍ୟାବସାୟିକ ଇନ୍‌ଭେଷ୍ଟମେଣ୍ଟରେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରି ନାହାନ୍ତି ବୋଲି କହିଛନ୍ତି। ଏପରିକି ମୁମ୍ବାଇର ସବ ଅର୍ବାନ ଅଞ୍ଚଳରେ ଫ୍ଲାଟ କିଣିବା ପାଇଁ ସେ ବ୍ୟାଙ୍କରୁ ଲୋନ୍‌ ନେଇଥିବା ଜେରା ବେଳେ ସଫେଇ ଦେଇଛନ୍ତି।

ଜେରା ବେଳେ ରିୟା କହିଛନ୍ତି ସେ ଖାର ସବ୍‌ଅର୍ବାନ ଅଞ୍ଚଳରେ ୮୫ ଲକ୍ଷ ଟଙ୍କା ଦେଇ ଫ୍ଲାଟ କରିଛନ୍ତି ଯେଉଁଥିପାଇଁ ସେ ବ୍ୟାଙ୍କ ଲୋନ କରିଛନ୍ତି। ଏହି ଫ୍ଲାଟ କିଣିବା ପାଇଁ ସେ ୨୫ ଲକ୍ଷ ଟଙ୍କା ଦେଇଥିଲେ ଯାହା ତାଙ୍କ ସେଭିଙ୍ଗ୍‌ସରୁ କିସ୍ତିରେ ଦିଆଯାଇଛି ବୋଲି ରିୟା କହିଛନ୍ତି। ଏପରି ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ସେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରୁ ନ ଥିଲେ । ସେ ନିଜ ରୋଜଗାର ଅର୍ଥରେ ନିଜ ଖର୍ଚ୍ଚ ଚଳାଉଥିଲେ ବୋଲି କହିଛନ୍ତି।

ରିୟା କହିଛନ୍ତି, ସୁଶାନ୍ତଙ୍କର ୨ଟି ‍ଫାର୍ମ ମଧ୍ୟରୁ କେବଳ ଗୋଟିଏ ଫାର୍ମର ସେ ଡାଇରେକ୍ଟର ଥିଲେ। ରିୟାଙ୍କ ଭାଇ ଶୌବିକ ୨ଟି କମ୍ପାନୀର ଡାଇରେକ୍ଟର ଥିଲେ ଯାହା ଉପରେ ଇଡିର ନଜର ରହିଛି। ଯାଞ୍ଚ ପାଇଁ ରିୟାଙ୍କୁ ଆଉଥରେ ମଧ୍ୟ ଇଡି ଡକାଇ ପାରନ୍ତି ବୋଲି କୁହାଯାଉଛି।

ରିୟାଙ୍କ ବ୍ୟତୀତ ଇଡି ଅଧିକାରୀ ସୁଶାନ୍ତଙ୍କ ପୂର୍ବ ବିଜିନେସ୍‌ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ମଧ୍ୟ ପଚରାଉଚରରା କରିପାରେ। ତେବେ ରିୟା ଖାର ସବ୍‌ର୍ବାନ ଫ୍ଲାଟ ସମେତ ଆଉ ଗୋଟିଏ ଫ୍ଲାଟ କିଣିଛନ୍ତି ନଭି ମୁମ୍ବାଇରେ । ଏହି ଫ୍ଲାଟ ଉପରେ ମଧ୍ୟ ଇଡି ଯାଞ୍ଚ କରିବ।

ସୂଚନାଥାଉ କି, ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାକୁ ନେଇ ବାପା କେକେ ସିଂହ ବିହାରରେ ଏକ ମାମଲା ଦାଏର କରିଥିଲେ ଯେଉଁଥିରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟା ଟ୍ରାନ୍ସଫର କରିଥି‍ବା ଦର୍ଶାଇଥିଲେ। ଇଡି ଏହାର ତଦନ୍ତ କରିବା ପାଇଁ ଗତକାଲି ରିୟାଙ୍କ ନାମରେ ଏକ ସମନ ଜାରି କରିଥିଲେ।

ତେବେ ଏହି ମାମଲାର ଏକ ଶୁଣାଣି ପାଇଁ ରିୟା ଇଡିଙ୍କୁ ସମୟ ମାଗିଥିଲେ ହେଁ ED ସମୟ ଦେଇ ନ ଥିଲେ। ଗତକାଲି ରିୟାଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ED।

 

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like