ସୁଶାନ୍ତଙ୍କୁ ଶେଷ ଥର ପାଇଁ କ’ଣ କହିଥିଲେ ରିୟା?

ଭୁବନେଶ୍ୱର: ସୁଶାନ୍ତଙ୍କୁ ଶେଷଥର ପାଇଁ ସରି ବାବୁ କହିଥିଲେ ରିୟା ଚକ୍ରବର୍ତ୍ତୀ। ମୃତ୍ୟୁର ସପ୍ତାହେ ପୂର୍ବରୁ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ରିୟା କଣ ପାଇଁ ସରି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ମାମଲାରେ ନୂଆ ଟ୍ୱିଷ୍ଟ ବି ଆସିଛି, କାହିଁକିନା ଏବେ ସରି ବାବୁର ଗୁମର ଖୋଲିଛନ୍ତି କରଣୀ ସେନାର କର୍ମୀ ସୁରଜିତ ରାଠୋର।

ସୁରଜିତ ସେଦିନ କୋପର ହସ୍ପିଟାଲରେ ସୁଶାନ୍ତଙ୍କ ମରଶରୀର ପାଖରେ ରହିଥିଲେ ରିୟା ଯେତେବେଳେ ସୁଶାନ୍ତଙ୍କୁ ଅନ୍ତିମ ଦର୍ଶନ ପାଇଁ ଆସିଥିଲେ। ସେତେବେଳେ ଛାତିରେ ହାତ ରଖି ସରି ବାବୁୂ ବୋଲି କହିଥିଲେ କିନ୍ତୁ କାହିଁକି ସେ ଏମିତି କହିଲେ। ସେ ପ୍ରଶ୍ନ ରିୟାଙ୍କୁ ପଚାରିନଥିଲେ ବୋଲି କହିଛନ୍ତି ସୁରଜିତ୍। ସେହିଭଳି ସୁଶାନ୍ତଙ୍କ ବେକର ଦାଗ ଦେଖି ଏହା ନିଶ୍ଚୟ ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରିଛନ୍ତି ସୁରଜିତ୍।

ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି CBIର ସ୍ପେଶାଲ୍‌ ଟିମ୍‌। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା କରିଥିଲା। ସୁଶାନ୍ତ ସିଂହ ରାଜପୁତଙ୍କ ମୁମ୍ବାଇ ସ୍ଥିତ ଘରେ ସିବିଆଇ ଟିମ୍ ପହଞ୍ଚିଛି। ଫ୍ଲାଟ୍ ମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ଉପସ୍ଥିତ ରହିଛନ୍ତି। ହାଉସ ମ୍ୟାନେଜର ମଧ୍ୟ ଉପସ୍ଥିତ ଥିବା ବେଳେ ଫୋରେନସିକ୍ ଟିମ୍ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like