ଦୁର୍ବଳ ଅର୍ଥନୀତି ପାଇଁ ଚିଦାମ୍ବରମଙ୍କୁ ଦାୟୀ କରି ମୋଦିଙ୍କୁ ଚିଠି ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା ଅଧିକାରୀ

ଆହ୍ଲାବାଦ: ଆସାମର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଉତ୍ତର ପ୍ରଦେଶର ଆହ୍ଲାବାଦ ଠାରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ନିଜର ସୁଇସାଇଡ୍‌ ନୋଟ୍‌ଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। ଆତ୍ମହତ୍ୟା କରିଥିବା ବିଜନ ଦାସ ନିଜର ୫ ପୃଷ୍ଠା ସମ୍ବଳିତ ସୁଇସାଇଡ୍‌ ନୋଟରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଭୁଲ ରଣନୀତି ଯୋଗୁ ଆଜି ଦେଶର ଅର୍ଥନୀତି ରସାତଳକୁ ଖସି ଯାଇଛି। ଏବେକାର ଆର୍ଥିକ ମାନ୍ଦାବସ୍ଥା ପାଇଁ କେହି ବି ମୋଦି ସରକାରଙ୍କୁ ଦାୟୀ କରିପାରିବେ ନାହିଁ ବୋଲି କହିଛନ୍ତି।

ସେପ୍ଟେମ୍ବର ୬ରୁ ଆହ୍ଲାବାଦର ଖୁଲଦାବାଦ ଠାରେ ଥିବା ପ୍ରୟାଗ ହୋଟେଲରେ ସେ ରହୁଥିଲେ। ହେଲେ ଆଜି ହୋଟେଲ ରୁମ୍‌ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହୋଟେଲ ରୁମରେ ସେ ନିଜର ଅନ୍ତିମ ସଂସ୍କାର ପାଇଁ ୧୫ଶହ ଟଙ୍କା ଓ  ରୁମ ଭଡ଼ା ବାଦକୁ ଆଉ ୫ ଶହ ଟଙ୍କା ରଖିଛନ୍ତି।

ସେ ସୁଇସାଇଡ୍ ନୋଟରେ କହିଛନ୍ତି, “ମୋର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅନ୍ତିମ ସଂସ୍କାର ପାଇଁ ୧୫ ଶହ ଟଙ୍କାରୁ ଅଧିକ କାହାକୁ ଦେଇ ପାରିବି ନାହିଁ।”
ୟୁପିଏ ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି, “କଂଗ୍ରେସ ସରକାରଙ୍କ ଅମଳରେ ଦୁର୍ନୀତି ହୋଇଥିଲା। ସରକାର ଆର୍ଥିକ କ୍ଷେତ୍ରର ବିକାଶ ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ।

ଏଥିପାଇଁ ବାୟୁସେନାରୁ ଅବସର ପରେ ମୁଁ କିଛି କାମ କରିବାକୁ ପାଇ ନଥିଲି। ମୋଦି ସରକାରଙ୍କ ବିମୁଦ୍ରାକରଣ ଓ ଜିଏସ୍‌ଟି ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଅସ୍ଥାୟୀ ଭାବେ ପ୍ରଭାବ ପକାଇଥିଲା। ହେଲେ ଦେଶର ଅର୍ଥନୀତିକ ମାନ୍ଦାବସ୍ଥା ପାଇଁ ମୋଦି ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ।”

ବିଜନ ଦାସ ତାଙ୍କ ସାନ ପୁଅ ବିବେକ ଦାସଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାହାଯ୍ୟର ହାତ ବଢ଼ାଇବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, “ଆର୍ଥିକ ମାନ୍ଦାବସ୍ଥା ଯୋଗୁ ମୁଁ ମୋ ପୁଅ ପାଇଁ କିଛି କରିପାରି ନାହିଁ। ହେଲେ ମୋ ପୁଅ ଜଣେ କଣ୍ଠଶିଳ୍ପୀ। ସେ ସାରେଗାମାପା ଲିଟଲ୍‌ ଚାମ୍ପରେ ଭାଗ ନେଇଥିଲା। ଏବେ ମୋଦି ହିଁ ତା’କୁ ସାହାଯ୍ୟ କରିପାରିବେ।”

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like