ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

ଶ୍ରୀନଗର: ଜମ୍ମୁର ୫ ଜିଲ୍ଲାରେ ପୁଣି ଥରେ ମୋବାଇଲ-ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଇଛି ପ୍ରଶାସନ। ତେବେ ଏହା ପଛର କାରଣ କଣ, ତାହା ଜଣାପଡ଼ିନାହିଁ। ତେବେ ଗତକାଲି ସକାଳେ ହିଁ ଜମ୍ମୁ କଶ୍ମୀରର ୧୦୦ଟି ଟେଲିଫୋନ୍ ଏକ୍ସଚେଞ୍ଜରୁ ୧୭ଟି ଏକ୍ସଚେଞ୍ଜକୁ ସକ୍ରିୟ କରାଯାଇଥିଲା।

ଜଣେ ସରକାରୀ ଅଧିକାରୀ କହିଛନ୍ତି ମୋବାଇଲ ଓ ଇଣ୍ଟରନେଟ ସେବା ଗତକାଲି ସକ୍ରିୟ ହେବା ପରେ ସରକାର ସୋଶାଲ ମିଡିଆ ଏବଂ ଲୋକଙ୍କ ଉପରେ ନଜର ରଖିଛନ୍ତି। ଯଦି କେହି ଶାନ୍ତି ଭଙ୍ଗ ପାଇଁ କିମ୍ୱା ଗୁଜବ ସୃଷ୍ଟି କରୁଥିବାର ପ୍ରମାଣ ମିଳିବ ତାହେଲେ ତା ବିରୋଧରେ ନିୟମ ଅନୁୟାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ରାଜୌରୀ ଜିଲ୍ଲାରେ ୧୪୪ ଧାରା ଦିନ ବେଳେ କୋହଳ କରାଯାଇଥିବା ବେଳେ ରାତି ୯ଟାରୁ ସକାଳ ୫ଟା ସମୟରେ ୧୪୪ ଧାରା କଟକଣା ରଖାଯାଇଛି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାପରେ ଜମ୍ମୁ କଶ୍ମୀରରେ ସୁରକ୍ଷା କାରଣରୁ ୧୪୪ ଧାରା ଲାଗୁ କରାଯିବା ସହିତ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like