ବିମାନ ବନ୍ଦରରେ ବିସ୍ଫୋରଣ: ୨୬ ମୃତ, ୬୦ରୁ ଅଧିକ ଗୁରୁତର
ସନା:ୟମନର ଦକ୍ଷିଣି ସହର ଅଦନ ଏୟାରପୋର୍ଟ (Aden Airport)ରେ ବୁଧବାର ବିଳମ୍ବିତ ରାତିରେ ବଡଧରଣର ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୬୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ନବଗଠିତ କ୍ୟାବିନେଟର ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବିମାନ ଏଠାରେ ଓହ୍ଲାଇବାର କିଛି ସମୟ ପରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଏହି ବିସ୍ଫୋରଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଏପରିକି କୌଣସି ସଂଗଠନ ନିଜକୁ ଏଥିପାଇଁ ଦାୟୀ କରିନାହାନ୍ତି। ଘଟଣାସ୍ଥଳରେ ଲାଗିଥିବା ସିସଟିଭି ଫୁଟେଜରୁ ଜଣାଯାଇଛି, ସରକାରୀ ପ୍ରତିନିଧି ଦଳ ବିମାନରୁ ବାହାରି ଯିବା ପରେ ହିଁ ବିସ୍ଫୋରଣ ହୋଇଛି। ତେବେ ଏହି ପ୍ରତିନିଧି ଦଳ ମଧ୍ୟରୁ କେହି ମୃତାହତ ହୋଇ ନାହାନ୍ତି। କିଛି ମନ୍ତ୍ରୀ ବିମାନରେ ଫେରି ଯିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ୟମନର ଦକ୍ଷିଣୀ ସହରର ଅଦନ ବିମାନ ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। କ୍ୟାବିନେଟ ମନ୍ତ୍ରୀମାନେ ଏକ ସରକାରୀ ବିମାନରୀ ସାଉଦୀ ଆରବରୁ ଫେରୁଥିଲେ। ସେମାନେ ବିମାନରୁ ଓହ୍ଲାଇବା ପରେ ପରେ ଏହି ବିସ୍ଫୋରଣ ହୋଇଥିଲା। ପରେ ପରେ ଆଉ ଏକ ବିସ୍ଫୋରଣ ଏକ ବଡ କୋଠା ନିକଟରେ ହୋଇଥିଲା।
#WATCH Yemen: At least 5 people killed & dozens more wounded in an attack on Aden airport, shortly after a plane carrying a newly formed govt for Yemen arrived from Saudi Arabia today, reports Reuters quoting a local security source
(Video Source: Reuters) pic.twitter.com/a5Xf7vthzu— ANI (@ANI) December 30, 2020
ଏହି ବିମାନରେ ଥିବା ୟମନର ସଞ୍ଚାର ମନ୍ତ୍ରୀ ନଜୀବ ଅଲ ଅବଗଙ୍କ କହିବା ଅନୁଯାୟୀ, ସେ ଦୁଇଟି ବିସ୍ଫୋରଣ ଆବାଜ ଶୁଣିଛନ୍ତି। ଏହା ଡ୍ରୋନ ଆକ୍ରମଣ ବୋଲି ସେ ଅନୁମାନ କରୁଛନ୍ତି। ୟମନ ପ୍ରଧାନମନ୍ତ୍ରୀ ମଇନ ଅବଦୁଲ୍ ମଲିକ ସଇଦ ଏବଂ ଅନ୍ୟମାନଙ୍କୁ ବିସ୍ଫୋରଣ ପରେ ପରେ ତୁରନ୍ତ ବିମାନ ବନ୍ଦରରୁ ସହର ମଧ୍ୟରେ ଥିବା ମଶିକ ପାଲେସକୁ ନିଆଯାଇଥିଲା। ସେ କହିଛନ୍ତି, ଯଦି ବିମାନ ଉପରେ ବୋମା ପଡିଥାନ୍ତା, ତେବେ ସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା ।
ଅଦନ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଉପ ପ୍ରମୁଖ ମହମ୍ମଦ ଅଲ ରୋଓବିଦ୍ କହିଛନ୍ତି, ଏହି ବିସ୍ଫୋରଣରେ ଅତି କମ୍ରେ ୧୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳର ଭୟଙ୍କର ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ଏହି ଫଟୋରେ ଦେଖିବାକୁ ମିଳିଛି, ବିମାନ ବନ୍ଦରର ଆଖପାଖ ଭଗ୍ନ ସ୍ତୁପରେ ପରିଣତ ହୋଇଛି। ଘଟଣାସ୍ଥଳରେ ୨ଟି ଶବ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଏଥିରୁ ଗୋଟିଏ ଜଳି ଯାଇଥିବା ଦେଖିବକୁ ମିଳିଛି।
ସେନା ଏବଂ ସୁରକ୍ଷାକର୍ମୀ ବିସ୍ଫୋରଣ ହୋଇଥିବା ଆଖପାଖ ଅଞ୍ଚଳକୁ ସିଲ କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମଇନ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଏବଂ ଅନ୍ୟ ସରକାରୀ ସଦସ୍ୟ ଅଦନର ଅସ୍ଥାୟୀ ରାଜଧାନୀରେ ଅଛନ୍ତି। ଏବେ ସବୁକିଛି ଠିକ୍ ରହିଛି। ସେ କହିଛନ୍ତି, ଅଦନ ଏୟାରପୋର୍ଟକୁ ଟାର୍ଗେଟ କରି ହୋଇଥିବା ଏହି ଆତଙ୍କୀ ଆକ୍ରମଣ ଏକ ଯୁଦ୍ଧ ଅଟେ। ୟମନ ରାଜ୍ୟ ଏବଂ ଏହାର ମହାନ ଲୋକଙ୍କ ବିରୋଧରେ ଆତଙ୍କୀମାନେ ଏହି ଯୁଦ୍ଧ ଘୋଷଣା କରିଛନ୍ତି।