ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ହୋଇଥିଲେ ବି ତାଙ୍କର କୌଣସି ଲକ୍ଷଣ ନାହିଁ । ସେ ଏବେ ସୁସ୍ଥ ଅଛନ୍ତି ବୋଲି ମଧ୍ୟ ଟ୍ୱିଟ୍ ଯୋଗେ ଜଣାଇଛନ୍ତି।

ସେ କହିଛନ୍ତି, ଆଇସୋଲେସନରେ ରହି କାମ କରିବି।  ଏହି ଅବସରରେ ସେ ଭିଡିଓ କନ୍ଫରେନ୍ସିଂରେ ଡେପୁଟି ଗଭର୍ଣ୍ଣର ମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଶକ୍ତିକାନ୍ତ । ଏହି ସମୟରେ ରିଜର୍ଭ ବ୍ୟାଙ୍କର କୌଣସି କାର୍ଯ୍ୟ ପ୍ରଭାବିତ ହେବନାହିଁ ବୋଲି ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ।

 

You might also like