ପାହାଡ଼ରୁ ଖସିପଡିଲେ ରିସର୍ଚ୍ଚ ସହାୟକ

ନୂଆଦିଲ୍ଲୀ : ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ପରିସରରେ ଥିବା ପାହାଡ଼ ଚଢୁଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାଁ ପ୍ରବୀଣ ତିୱାରୀ। ସେ ଜେଏନୟୁରେ ରିସର୍ଚ୍ଚ ସହାୟକ ଭାବେ କାର୍ଯ୍ୟ କରୁଥିଲେ।

ପ୍ରବୀଣ ବିନା କୌଣସି ସୁରକ୍ଷା ଉପକରଣରେ ପାହାଡ଼ ଚଢୁଥିଲେ। ଏପରିକି ଏହି ଦୃଶ୍ୟର ରେକର୍ଡିଂ କରିବା ପାଇଁ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ। କିନ୍ତୁ ପାହାଡ଼ ଚଢୁଥିବା ବେଳେ ହଠାତ୍ ତାଙ୍କ ପାଦ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like