ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ

ଡେରାଡୁନ: ଉତ୍ତରାଖଣ୍ଡ ଚେମୋଲି ହିମସ୍ଖଳନ ଘଟଣାକୁ ଏହାରି ମଧ୍ୟରେ ବିତିଛି ସପ୍ତାହେ। ଲଗାତାର ଭାବେ ଅଞ୍ଚଳରେ ଜାରି ରହିଛି ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ୍। ଆଜି ସକାଳୁ ଆଉ ଦୁଇଟି ମୃତ ଦେହ ଟନେଲ୍ ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି। ଫଳରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି। ଟନେଲରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ଏହା ହେଉଛି ପ୍ରଥମ ମୃତଦେହ ଉଦ୍ଧାର ଘଟଣା। ଏହାପରେ ରେସ୍କ୍ୟୁ ଅପରେସନକୁ ଅଧିକ ତ୍ୱରାନୀତ କରାଯାଇଛି।

ମାଟି ଅତଡ଼ା ତଳେ ଜୀବନ ଥିବା ଆଶାରେ ଡ୍ରିଲ୍ କରାଯାଉଛି। ଯେଉଁ ଅଞ୍ଚଳରୁ ହିମସ୍ଖଳନ ହୋଇଥିଲା ଏବଂ ଅଲକାନନ୍ଦା ନଦୀର ଅବବାହିକାରେ ବି ଖୋଜାଖୋଜି ଚାଲିଛି। ଏବେ ବି ୨ ଶହରୁ ଅଧିକ ଲୋକ ନିଖୋଜ ରହିଛନ୍ତି। NDRF, SDRF, ITBP, ସେନା ପକ୍ଷରୁ ମିଳିତ ଅପରେସନ୍ ଚଲାଇଛନ୍ତି। ସେପଟେ ପ୍ରଳୟ ପରେ କ୍ଷତିଗସ୍ତ ହୋଇଥିବା ଲୋକଙ୍କ ପାଖକୁ ଖାଦ୍ୟ, ପାନୀୟ ଓ ଆନୁସଙ୍ଗିକ ସାମଗ୍ରୀ ପହଞ୍ଚା ଯାଇଛି।

ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି।

 

You might also like