ମେଘାଳୟ କୋଇଲା ଖଣି ଟ୍ରାଜେଡି: ଉଦ୍ଧାର କରିବାକୁ ଗଲା ଓଡ଼ିଶା ଅଗ୍ନିଶମ ଟିମ୍

ନୂଆଦିଲ୍ଲୀ: ମେଘାଳୟ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଗଲା ଓଡ଼ିଶା ଅଗ୍ନିଶମ ବାହିନୀର ଏକ ଟିମ୍ ମେଘାଳୟ ଯାଇଛି।

ଆଜି ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ଭାରତୀୟ ବାୟୁସେନାର C 130J ଟ୍ରାନ୍ସପୋର୍ଟ ବିମାନରେ ମେଘାଳୟ ଯାଉଛନ୍ତି। ସାଥିରେ ହାଇ ପାଓ୍ୱାର୍ ପମ୍ପ ଓ ଅନ୍ୟ ଉପକରଣ ମଧ୍ୟ ନିଆଯାଉଛି। ଖଣିରେ ରହି ଯାଇଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ଏହି ଟିମ୍‌ ସାହାଯ୍ୟ କରିବ।

ଗତ ୧୩ ତାରିଖରୁ ପୂର୍ବ ଜଇନ୍ତିଆ ପର୍ବତରେ ସାଇପଙ୍ଗ ଅଞ୍ଚଳରେ ଥିବା ସାନ୍ କୋଇଲା ଖଣିରେ ଶ୍ରମିକମାନେ ଫସି ରହିଛନ୍ତି।

ଖଣି ମୁହଁରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଫସି ରହିଥିବା ଶ୍ରମିକମାନେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ଏନେଇ କୌଣସି ସଠିକ ତଥ୍ୟ ମିଳିପାରିନାହିଁ।

 

You might also like