ଜୋର ଦବରଦସ୍ତ ଘର ଭିତରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳେ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୋଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

ଏପରିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବାଇ ପୋଲିସ୍‌ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି।

ମୁମ୍ବାଇ ପୋଲିସ୍‌ ତାଙ୍କୁ ମାଡ଼ ମାରିବା ସହ ପୋଲିସ୍‌ ଉପରେ ଗୁଣ୍ଡାଗିରିର ଅଭିଯୋଗ ଆଣିଛନ୍ତି ଅର୍ଣ୍ଣବ।

ସୂଚନାଥାଉ କି, ମୁମ୍ବାଇ ସ୍ଥିତ ଅର୍ଣ୍ଣବଙ୍କ ବାସଭବନରେ ପ୍ରାୟ ୧୦ରୁ ଅଧିକ ମୁମ୍ବାଇ ପୋଲିସ୍‌ର ଅଫିସର ପଶିଥିଲେ।

You might also like