ଗଣତନ୍ତ୍ର ଦିବସରେ ଭାରତୀୟ ମହିଳାଙ୍କ ସାହସ ଓ ବୀରତ୍ୱ ଦେଖିବ ଦେଶ

ନୂଆଦିଲ୍ଲୀ: ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ନିଜ ପରାକ୍ରମ ଦେଖାଇବେ ମହିଳା ସିପାହୀ ।  ପ୍ରଥମ ଥର ପାଇଁ ରାଜପଥରେ ମହିଳା ୱିଙ୍ଗ ସାମିଲ ହେବେ। ସେମାନଙ୍କର ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠାକୁ ଦେଖିବ ପୁରା ଦେଶ। ଏନେଇ ଦିଲ୍ଲୀରେ ସିଆରପିଏଫ୍ ମହିଳା ୱିଙ୍ଗ ପକ୍ଷରୁ ଆଜି ହୋଇଛି ଅଭ୍ୟାସ।

ବିଭିନ୍ନ ଫରମେସନ୍‌ରେ ମହିଳା ସିପାହୀ ଅଭ୍ୟାସ କରିଛନ୍ତି।  ବୁଲେଟ୍‌ରେ ଚିତାକର୍ଷକ ଶୋ ପୂର୍ବରୁ ଆଜି ଏହାର ଅଭ୍ୟାସ କରାଯାଇଛି। ଦୁଃସାହସିକ ଷ୍ଟଣ୍ଟ ସହ ଅଦ୍ଭୁତ ପ୍ରଦର୍ଶନକୁ ସୁରୁଖୁରରେ କିପରି କରାଯିବ ସେ ନେଇ ଚାଲିଛି ଅଭ୍ୟାସ । ଏଇ ମହିଳା ଯବାନମାନେ ୯ଟି ଇଭେଣ୍ଟରେ ଏଥର ପ୍ରଦର୍ଶନ କରିବେ।

 

ମହିଳା ସିଆରପିଏଫ୍ ଯବାନଙ୍କ ଫରମେସନ୍‌ରେ ରହିଛି ପିଷ୍ଟଲ, ରାଇଫଲ, ଅଲରାଉଣ୍ଡ ପୋଜିସନ୍ ଭଳି ବିଭିନ୍ନ ଫରମେସନ୍ ରହିବ। ଏହାସହ ଦିଲ୍ଲୀ ପୋଲିସର ମହିଳା ଟ୍ରାଫିକ୍ ୱିଙ୍ଗ ଓ ଏନ୍‌ସିସି ଗ୍ରୁପ ସାମିଲ ହୋଇଥିଲେ। ଏହାଛଡ଼ା ଏଥର ପରେଡରେ ସାମିଲ ହେବାକୁ ଥିବା ଚିନୁକ୍ ହେଲିକାପ୍ଟର ବି ଆଜି ଅଭ୍ୟାସ କରାଯାଇଛି।

ଏ ନେଇ ମହିଳା ୱିଙ୍ଗର ଯବାନମାନେ ଖୁବ୍ ଉତ୍ସାହିତ ଅଛନ୍ତି। ୨୦୧୪ରୁ  ସେମାନେ ଏହି ଦିନକୁ ଅପେକ୍ଷା କରିଥିଲେ। ଏବେ ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ସେମାନେ ଖୁବ୍‌ ଉତ୍ସାହିତ ଅଛନ୍ତି।

You might also like