କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା। ଆୟୋଜିତ ପରେଡ୍‌ରେ ଡେୟାର ଡେଭିଲ ଶୋ’ରେ ନିଜର ପରାକାଷ୍ଟା ଦେଖାଇଛି CRPFର ମହିଳା ଟିମ୍ଓ। ପ୍ରଥମ ଥର ପାଇଁ ରାଜପଥ ପରେଡରେ CRPFର ମହିଳା ଟିମ୍‌କୁ ସାମିଲ କରାଯାଇଥିଲା।

ଡେୟାର ଡେଭିଲ ଶୋ’ର କମାଣ୍ଡ ସମ୍ଭାଳି ଥିଲେ ଇନ୍ସପେକ୍ଟର୍ ସୀମା ନାଗ। ଚଳନ୍ତା ମୋଟର ସାଇକେଲ ଉପରେ ଛିଡ଼ା ହୋଇ ଇନ୍ସପେକ୍ଟର୍ ସୀମା ନାଗ ଜାତୀୟ ପତାକା ଓ ରାଷ୍ଟ୍ରପତିଙ୍କୁ ସାଲ୍ୟୁଟ୍ କରି ଆଗକୁ ବଡ଼ିଥିଲେ। ଏହାପରେ ଚଳନ୍ତା ମୋଟର ସାଇକେଲ ଉପରେ ଛିଡ଼ା ହୋଇ ଆସିଥିଲେ ହେଡ କନଷ୍ଟେବଲ ମୀନା ଚୌଧୁରୀ।

ଦୁଇ ହାତରେ ଦୁଇଟି 9 MM ବନ୍ଧୁକ ଧରି ସେ ବାଇକ ଉପରେ ବାଲାନ୍ସ ଦେଖାଇଥିଲେ। ପରେପରେ ଦୁଇଟି ମୋଟର ସାଇକଲେରେ ୮ଜଣ ମହିଳା ଯବାନ ଦେଖାଇଥିଲେ ସଂନ୍ତୁଳନ। ଏହା ପରେ ଗୋଟିଏ ବାଇକରେ ୪ଜଣ ଡେୟାର ଡେଭିଲ ଯୁଦ୍ଧ ଭଙ୍ଗୀରେ ରାଜପଥରେ ଆଗକୁ ବଢ଼ିଥିଲେ। ହେଡ୍ କନଷ୍ଟେବଲ ପ୍ରତିମା ବେହେରାଙ୍କ ନେତୃତ୍ୱରେ CRPFର ୭ଜଣିଆ ମହିଳା ଟିମ୍‌ ଗୋଟିଏ ବାଇକରେ ଫ୍ଲାଗ ମାର୍ଚ୍ଚ ପ୍ରଦର୍ଶନ କରିଥିଲେ। ଏହା ପଛକୁ ଗୋଟିଏ ମୋଟର ସାଇକେଲରେ ୫ଜଣ ଡେୟାର ଡେଭିଲ ସଂପୂର୍ଣ୍ଣ ସୁରକ୍ଷାର ପ୍ରଦର୍ଶନ କରିଥିଲେ।

ଦୁଇଟି ବାଇକରେ ୫ଜଣ ଡେୟାର ଡେଭିଲ ଦେଖାଇଥିଲେ ବିମ୍‌ ରୋଲ। ଏହାପରେ ସଂଗୀତା କୁମାରୀ ପ୍ରଦର୍ଶନ କରିଥିଲେ ବାଇକ୍ ବାଲାନ୍ସ। ଶେଷରେ ପ୍ରଦର୍ଶିତ ହୋଇଥିଲା ହ୍ୟୁମାନ ପିରାମିଡ୍। ୫ଟି ବାଇକରେ ୨୧ଜଣିଆ ମହିଳା ଟିମ୍‌ ଏହି କଳା ପ୍ରଦର୍ଶନ କରିଥିଲେ।  CRPF ମହିଳା ଟିମର ଡେୟାର ଡେଭିଲ ଶୋ’ ରାଜପଥରେ ସମସ୍ତ ମନ ମୋହିଥିଲା।

You might also like