କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଟ୍ରମ୍ପ କହିଲେ, “ମୁଁ ଭାବୁଛି…

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏପରିକି ତାଙ୍କ ପରେ ଉତ୍ତର କୋରିଆର ପରବର୍ତ୍ତୀ ଶାସକ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ସିଏନଏନ କ୍ରମାଗତ ଭାବେ କିମ୍‌ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଖବର ପ୍ରକାଶ କରି ଚାଲିଛି।

ତେବେ କିମ୍‌ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଭୁଲ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ଭାବୁଛି ଏହି ରିପୋର୍ଟ ଭୁଲ। ମୁଁ ଶୁଣିବାକୁ ପାଇଛି, ସେମାନେ(ସିଏନଏନ) ଭୁଲ ଡକ୍ୟୁମେଣ୍ଟସ ପାଇ ଏଭଳି ଖବର ପ୍ରକାଶ କରୁଛନ୍ତି। ମୁଁ ଭାବୁଛି, ସିଏନଏନ ଦ୍ୱାରା ଏହି ଫେକ ରିପୋର୍ଟ କରାଯାଇଥିଲା।”

ଟ୍ରମ୍ପ ଆହୁରି କହିଛନ୍ତି, “ମୋର ଆଶା କିମ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ି ନଥିବେ। ମୋର ତାଙ୍କ ସହ ସମ୍ପର୍କ ବହୁତ ଭଲ।”

କିମ ଜଙ୍ଗ ଉନ ସର୍ଜରୀ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଓ ଆମେରିକା ଗୁଇନ୍ଦା ବିଭାଗ ଏହି ଖବର ଉପରେ ନଜର ରଖିଥିବା ସିଏନଏନ ଖବର ପ୍ରକାଶ କରିଥିଲା।

ଚଳିତ ବର୍ଷ ଏପ୍ରିଲ ୧୫ ତାରିଖରେ କିମ୍‌ ଜୋଙ୍ଗ, ଜେଜେବାପା ତଥା ଉତ୍ତର କୋରିଆର ପ୍ରତିଷ୍ଠାତା କିମ-୨ ସୁଙ୍ଗଙ୍କ ଜନ୍ମ ଦିନ ଭୋଜିରେ ଯୋଗଦେଇ ନଥିଲେ। ପ୍ରତିବର୍ଷ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ହେଲେ ଚଳିତ ବର୍ଷ ସେ ଯୋଗ ନ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

You might also like