କେନ୍ଦ୍ର ଓ ରାଜ୍ୟ ପାଇଁ ଟିକାର ଦାମ୍ କାହିଁକି ଭିନ୍ନ ରହୁଛି ବୋଲି କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ବର୍ଷିଲେ ସୁପ୍ରିମକୋର୍ଟ

  • ବର୍ଷିଲେ ସୁପ୍ରିମକୋର୍ଟ
  • କୋଭିଡ୍ ନୀତିକୁ ନେଇ ବର୍ଷିଲେ ସର୍ବୋଚ୍ଚ ଅଦାଲତ
  • କେନ୍ଦ୍ର ଓ ରାଜ୍ୟ ପାଇଁ ଟିକାର ଦାମ୍ କାହିଁକି ଭିନ୍ନ ଭିନ୍ନ ବୋଲି ପଚାରିଲେ
  • କରୋନା ନିୟନ୍ତ୍ରଣ ପାଇଁ କଣ କଣ ପଦକ୍ଷେପ ନେଇଛ କୁହ…
  • ଜାତୀୟ ଟିକାକରଣ ନୀତି କାହିଁକି ଲାଗୁ କରାଯାଉ ନାହିଁ ବୋଲି ପ୍ରଶ୍ନ କଲେ କୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ଟିକାର ଦୁଇଟି ଦାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। କୋଭିଡ୍ ଟିକା କ୍ଷେତ୍ରରେ ସ୍ୱାଧୀନତା ଠାରୁ ଅନୁସରଣ ହୋଇଆସୁଥିବା ଜାତୀୟ ଟିକାକରଣ ନୀତିକୁ କାହିଁକି ଅନୁପାଳନ ହେବ ନାହିଁ ବୋଲି କୋର୍ଟ ପଚାରିଛନ୍ତି? କେନ୍ଦ୍ର ଉତ୍ପାଦନକାରୀଙ୍କୁଠାରୁ ଟିକା ଡୋଜ୍ ପିଛା ଦେଢ ଶହ ଟଙ୍କାରେ କିଣୁଥିବା ବେଳେ ରାଜ୍ୟମାନଙ୍କୁ କୋଭିସିଲ୍ଡ ପାଇଁ ୩ଶହ ଓ କୋଭାକସିନ୍ ପାଇଁ ୪ଶହ ଟଙ୍କା ଦେବାକୁ ପଡିବ। ତେବେ ଭାରତରେ ଘରୋଇ ମଡେଲ ଚଳିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ।

କରୋନା ମୁକାବିଲା, ଅକ୍ସିଜେନ୍ ସହ ବିଭିନ୍ନ ଔଷଧ ଯୋଗାଣ ସଂପର୍କରେ କେନ୍ଦ୍ରର ନୀତିକୁ ନେଇ ଦାଖଲ ମାମଲାର ଶୁଣାଣି ଏହା କହିଛନ୍ତି ସର୍ବୋଚ୍ଚ କୋର୍ଟ। ଅନ୍ୟପକ୍ଷରେ ଟିକା, ଅକ୍ସିଜେନ୍ ଓ ଅନ୍ୟାନ୍ୟ ଔଷଧର ଅଭାବ ନେଇ କେହି ସୋସିଆଲ ମିଡିଆରେ ଆପତ୍ତି ଅଭିଯୋଗ ପୋଷ୍ଟ କଲେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବାକୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଆମେ ସମସ୍ତେ ମାନବୀୟ ସଂକଟ ଦେଇ ଗତି କରୁଛେ, ତେଣୁ ଏଭଳି ପୋଷ୍ଟକୁ ବିଭ୍ରାନ୍ତକାରୀ ଓ ମିଥ୍ୟା ଖବରର ଆଖ୍ୟା ନଦେଇ କିଭଳି ସମାସ୍ୟାର ସମାଧାନ ହେବ ସେ ବିଷୟରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ଅନ୍ୟପକ୍ଷରେ କେନ୍ଦ୍ର ସହିତ ତୁତୁମେଁମେଁ ନହୋଇ କିଭଳି କରୋନାର ମୁକାବିଲା କରାଯିବ ସେନେଇ ସହଯୋଗ ଭିତ୍ତିରେ କାମ କରିବାକୁ ଦିଲ୍ଲୀର କେଜ୍ରିଓ୍ୱାଲ ସରକାରକୁ କହିଛନ୍ତି ସୁପ୍ରିମକୋର୍ଟ।

ତେବେ ଏଠାରେ ସୂଚନା ଦେଉଛୁ କି,ଭୟଙ୍କର ହେବାରେ ଲାଗିଛି କରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଆଉ ଦୈନଦିନ ସଂକ୍ରମଣର ସଂଖ୍ୟା ବି ଉପରମୁହାଁ ରହିଛି। ଏପ୍ରିଲ ମାସରେ ନିଜର କରାଳ ରୂପ ଦେଖାଇଛି କରୋନା। ମାସକ ମଧ୍ୟରେ ପାଖାପାଖି ୪୫ ହଜାର ରୋଗୀଙ୍କର ଗଲାଣି ଜୀବନ। କେବଳ ଯେ, ମୃତକଙ୍କ ସଂଖ୍ୟା ବଢିଛି ତାହା ନୁହେଁ ବରଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଥିବା ଜଣାଯାଇଛି। ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଆକ୍ଟିଭ୍‌ କେସ ରହିଛି। ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କାରଣରୁ ରୋଗୀଙ୍କୁ ମେଡିକାଲରେ ଆଉ ବେଡ଼୍‌ ବି ମିଳୁନାହିଁ।

You might also like