ପଞ୍ଜାବ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: କେରଳ ପରେ ପଞ୍ଜାବ ସରକାର ଏବେ ନାଗରିକତା ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆଜି ସିଏଏ ବିରୋଧରେ ପ୍ରସ୍ତାବ ପାରିତ।

ନାଗରିକତା ଆଇନ ପ୍ରତ୍ୟାହାର ଦାବି କରି ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ପ୍ରସ୍ତାବ ଆଗତ କରିଥିଲେ। କାଲିଠାରୁ ଆଲୋଚନା ପରେ ଆଜି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହି ଆଇନ ରାଜ୍ୟରେ ଧାର୍ମିକ ବିଦ୍ୱେଷ ସହ ଅଶାନ୍ତି ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ପ୍ରତ୍ୟାହାର କରିନେବାକୁ ପ୍ରସ୍ତାବ ଅଣାଯାଇଥିଲା। ଗୃହରେ ପ୍ରସ୍ତାବକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରିଥିଲା। ସେପଟେ ମୁସଲମାନଙ୍କୁ ଆଇନରେ ସାମିଲ କରିବା ଲାଗି ଶିରୋମଣି ଅକାଳି ଦଳ କେନ୍ଦ୍ର ପାଖରେ ନିଜର ଦାବି ରଖିଥିଲା।

 

ପଞ୍ଜାବ ସରକାରଙ୍କ ଏଭଳି ପଦକ୍ଷେପକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାର ସାହସର ସହ ଏଭଳି ପଦକ୍ଷେପ ନେଇଥିବା ସେ ଟ୍ୱିଟ କରିଛନ୍ତି। ତେବେ ଏହା ପୂର୍ବରୁ କେରଳ ସରକାର ମଧ୍ୟ ନାଗରିକତା ଆଇନ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରିଛନ୍ତି। ଏହାସହ ଆଇନ ପ୍ରତ୍ୟାହାର ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେରଳ ସରକାର। ଯାହାକୁ ନେଇ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଛି। ହେଲେ ରାଜ୍ୟପାଳ ଏହାକୁ ଖଣ୍ଡନ କରୁଥିବାବେଳେ, କଂଗ୍ରେସ ସମାଲୋଚନା କରିଛି।

 

ସେପଟେ କେରଳ ସରକାରଙ୍କ ଆବେଦନ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସାମ୍ବିଧାନିକ ବିଧି ବ୍ୟବସ୍ଥାର ଖଣ୍ଡନ ହେଉଥିବା ଅଭିଯୋଗ କରି ବିଜେପି ଏହାକୁ ଖାରଜ ଦାବି କରିଛି।

 

You might also like