ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ସତ୍ୟ ପଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆରପାରିରେ ପ୍ରଖ୍ୟାତ ଫ୍ୟାଶନ୍‌ ଡିଜାଇନର ସତ୍ୟ ପଲ୍‌। ବୁଧବାର ୭୮ ବର୍ଷରେ ତାଙ୍କର ପରଲୋକ ହୋଇଛି। କୋଏମ୍ବାତୁରରେ ଇଶା ଯୋଗ ସେଣ୍ଟରରେ ତାଙ୍କର ବିୟୋଗ ହୋଇଛି। ଏନେଇ ସତ୍ୟଙ୍କ ପୁଅ ପୁନୀତ ନନ୍ଦ ଓ ଯୋଗ ସେଣ୍ଟରର ସଂସ୍ଥାପକ ସଦଗୁରୁ ଗୁରୁବାର ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି।

ସତ୍ୟ ପଲଙ୍କ ପୁଅ ପୁନୀତ ନନ୍ଦ ସୂଚନା ଦେଇ ଫେସ୍‌ବୁକରେ ଲେଖିଛନ୍ତି ଯେ ଡିସେମ୍ବର ୨ ତାରିଖରେ ସତ୍ୟ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବଂ ଧୀରେ ଧୀରେ ସେ ସୁସ୍ଥ ମଧ୍ୟ ହେଉଥିଲେ। ଏହାପରେ ତାଙ୍କୁ ଇଶା ଯୋଗ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। କାରଣ ସତ୍ୟ ୨୦୧୫ରୁ ନିଜ ଇଚ୍ଛାରେ ଏହି ଯୋଗ ସେଣ୍ଟରରେ ରହି ଆସୁଛନ୍ତି। ସେଠାରେ ତାଙ୍କର ବିୟୋଗ ହୋଇଛି।

 

View this post on Instagram

 

A post shared by Satya Paul (@satyapaulindia)

ସତ୍ୟ ପଲ୍‌ଙ୍କ ସମ୍ପର୍କରେ ସୂଚନା ଦେଇ ସେ ଫେସ୍‌ବୁକରେ ଲେଖିଛନ୍ତି “ ଏହା ଅନେକ ଲୋକ ଜାଣି ନାହାନ୍ତି ଯେ ସତ୍ୟ ଜଣେ ଡିଜାଇନର ଓ ଜଣେ ଉଦ୍ୟୋଗୀ ହୋଇ ବି ସେ ଜଣେ ସାଧକ ଭାବରେ ରହୁଥିଲେ। ୭୦ ବର୍ଷ ଜୀବନକାଳ ମଧ୍ୟରେ ତାଙ୍କର ସନ୍ୟାସୀ ଯାତ୍ରା ଜେ କୃଷ୍ଣମୂର୍ତ୍ତି ଦିଗ୍‌ଦର୍ଶନରେ ଆରମ୍ଭ ହୋଇଥିଲା। ପରେ ସେ ଓଶୋଙ୍କ ଠାରୁ ସନ୍ୟାସ ଗ୍ରହଣ କରିଥିଲେ। କିନ୍ତୁ ୧୯୯୦ ଓଶୋଙ୍କ ବିୟୋଗ ପରେ ସେ ଅନ୍ୟ କାହାକୁ ଗୁରୁ ଭାବେ ଗ୍ରହଣ କରିନଥିଲେ। ୨୦୦୭ରେ ତାଙ୍କର ସଦ୍‌ଗୁରୁଙ୍କ ସହିତ ସାକ୍ଷାତ ହୋଇଥିଲା। ଏହାପରେ ସେ ତୁରନ୍ତ ଯୋଗର ରାସ୍ତାକୁ ବାଛି ନେଇ ୨୦୧୫ରେ ଇଶା ଯୋଗ କେନ୍ଦ୍ରକୁ ଚାଲିଆସିଥିଲେ। ଆଧ୍ୟାତ୍ମିକ ଦିଗରେ ଜୀବନଯାପନ କରିବାକୁ ଚାହୁଁଥିବା ଅନେକ ଲୋକଙ୍କ ପାଇଁ ସେ ଥିଲେ ପ୍ରବେଶ ଦ୍ୱାର। ଏବଂ ଗୁରୁମାନେ ମଧ୍ୟ ତାଙ୍କୁ ଖୁବ୍ ଭଲପାଉଥିଲେ।”

 

View this post on Instagram

 

A post shared by Satya Paul (@satyapaulindia)

ସେହିପରି ସତ୍ୟ ପଲଙ୍କ ବିୟୋଗ ସମ୍ପର୍କରେ ସୂଚନା ଦେଇ ସଦ୍‌ଗୁରୁଙ୍କ ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଏକ ଟ୍ୱିଟ୍ କରାଯାଇଥିଲା। ଯେଉଁଥିରେ ଲେଖାଯାଥିଲା “ଅସୀମ ଆବେଗ ଓ ଅବିସ୍ମରଣୀୟ ଯୋଗଦାନରେ କେମିତି ଜୀବନ ବଞ୍ଚାଯାଏ ତାର ଏକ ଜ୍ଵଳନ୍ତ ଉଦାହରଣ ଥିଲେ ସତ୍ୟ ପଲ। ଭାରତୀୟ ଫେସନ୍‌ ଇଣ୍ଡଷ୍ଟ୍ରୀରେ ଆପଣ ଯେଉଁ ଭିନ୍ନତା ଆଣିଛନ୍ତି ତାହା ଏକ ସୁନ୍ଦର ଶ୍ରଦ୍ଧାଞ୍ଜଳି। ଆପଣଙ୍କୁ ଆମ ଗହଣରେ ପାଇ ଆମେ ଖୁବ୍‌ ଗର୍ବିତ ଥିଲୁ। ବିୟୋଗରେ ଶୋକ ସହିତ ତୁମ ଆତ୍ମାର ସଦଗତି କାମନା କରୁଛି। ”


ସତ୍ୟ ପଲଙ୍କ ସମ୍ପର୍କରେ—

୧୯୬୦ ମସିହା ପ୍ରଥମେ ଖୁଚୁରା ବ୍ୟବସାୟରେ ପାଦ ରଖିଥଲେ ସତ୍ୟ ପଲ। ଏହି ବ୍ୟବସାୟରେ ଭାରତୀୟ ହସ୍ତତନ୍ତ ଉତ୍ପାଦକୁ ଆମେରିକା ଓ ୟୁରୋପକୁ ରପ୍ତାନୀ କରିବା ଆରମ୍ଭ କରି ଦେଇଥିଲେ। ସେ ତାଙ୍କ ପୁଅଙ୍କ ସହିତ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କରିଥିଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍‌ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ସତ୍ୟ ପଲ୍‌ ଲେବଲ ତାଙ୍କର ଭିନ୍ନ ପ୍ରିଣ୍ଟିଂ ପାଇଁ ଜଣାଶୁଣା। ତାଙ୍କ ଉତ୍ପାଦିତ ସାମଗ୍ରୀ ମଧ୍ୟରେ ସାଢ଼ି, ସ୍କାର୍ଫ, ଓଢ଼ଣୀ,ଶଲ୍, ବ୍ୟାଗ, କପଡ଼ା, ଟାଏ, କଫ୍ଲିଂସ୍ ଏବଂ ପର୍ସ ଅନ୍ୟତମ।

You might also like