ବଡ଼ ଆକ୍ସନ୍ ନେଲା ଗୁଗଲ୍, ପ୍ଲେ ଷ୍ଟୋରରୁ ହଟାଇଲା ମୋବାଇଲ୍ ଲୋନ୍ ଆପ୍

ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍

ନୂଆଦିଲ୍ଲୀ: ଅନେକ ମୋବାଇଲ ଆପ ଋଣ ଦେଇ ଲୋକମାନଙ୍କୁ ଠକୁଥିବାର ସଙ୍ଗୀନ ଅଭିଯୋଗ ଆସୁଥିଲା। ଏହା ପରେ ଗୁଗଲ ଅନୁଧ୍ୟାନ କରି ପ୍ଲେ-ଷ୍ଟୋର ସେସବୁ ଆପକୁ ହଟାଇ ଦେଇଛି। ଆଗକୁ ଆଉ କିଛି ମୋବାଇଲ ଆପକୁ କାଢିବାକୁ ଯୋଜନା କରୁଛି। ଏବେ ଜାଣନ୍ତୁ, ସେମାନଙ୍କ ଦୋଷ କ’ଣ ଓ କେଉଁ ଆଧାରରେ ସେମାନଙ୍କୁ ଗୁଗଲ୍ ପ୍ଲେ-ଷ୍ଟୋରରୁ ହଟାଗଲା…

ଗୁଗଲର ବଡ଼ ଆକ୍ସନ। ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍। ଲୋନ ଏପ୍‌କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ ଆପ୍ଲିକେସନସ୍‌କୁ ପ୍ଲେ ଷ୍ଟୋରରୁ ବାହାର କରି ଦେଇଛି ଗୁଗଲ। ଯେଉଁ ସବୁ ଆପ୍ଲିକେସନସଗୁଡିକ ନିୟମ କାନୁନକୁ ପାଳନ କରୁ ନଥିଲେ ସେସବୁକୁ ହଟାଇ ଦିଆଯାଇଛି।

ବିଭିନ୍ନ ମୋବାଇଲ ଆପ୍‌ ଜରିଆରେ ଲୋକମାନେ ଋଣ ନେଇ ଠକଙ୍କ ଜାଲରେ ଛନ୍ଦି ହୋଇ ଯାଉଥିବାର ଅଭିଯୋଗ ପରେ ଲୋନ୍‌ ଆପ୍‌କୁ ଫ୍ଲାଗ୍‌ କରିବା ଆରମ୍ଭ କରି ଦେଇଛି ଗୁଗଲ। ଏଥି ମଧ୍ୟରୁ ୩ଟିକୁ ପ୍ଲେଷ୍ଟୋରରୁ କାଢି ଦିଆଯାଇଛି। ସମସ୍ତ ମୋବାଇଲ ଆପଗୁଡିକ ଗୁଗଲ ଚୁକ୍ତିଠାରୁ ଆରମ୍ଭ କରି ସବୁ ନିୟମ ଭାଙ୍ଗିଥିବା ଅଭିଯୋଗ ରହିଛି।

ମୋବାଇଲ ଲୋନ ଆପ୍‌ ପ୍ଲେଷ୍ଟୋରରୁ ବାହାର କରାଯିବା ନେଇ ଗୁଗଲ ଇଣ୍ଡିଆଙ୍କ ଏଣ୍ଡ୍ରଏଡ୍ ସିକ୍ୟୁରିଟି ଏଣ୍ଡ ପ୍ରାଇଭେସିର ଭାଇସ୍ ପ୍ରେସିଡେଣ୍ଟ ସୁଜେନ ଫ୍ରେ ଏକ ବ୍ଲଗ୍ ଲେଖି ସେମାନଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଏପରି ଶତାଧିକ ଆପ୍‌ର ବ୍ୟକ୍ତିଗତ ସମୀକ୍ଷା କରିଥିବା ଉଲ୍ଲେଖ କରିଛନ୍ତି। ଏଥିରେ ସରକାରୀ ଏଜେନ୍ସୀ ଓ ଲୋକଙ୍କ ଦ୍ୱାରା ଫ୍ଲାଗ କରାଯାଇଥିବା ଏପମାନଙ୍କର ସମୀକ୍ଷା କରିଥିଲେ।  ଯେଉଁମାନେ ୟୁଜର ସେଫ୍ଟିର ଉଲ୍ଲଂଘନ କରିଥିଲେ ସେମାନଙ୍କୁ ତୁରନ୍ତ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା କୁହାଯାଉଛି।

ଆଉ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆପ୍ଲିକେସନସ୍‌ଙ୍କ ଡେଭଲପର୍ସଙ୍କୁ ଆଇନ ଓ ନିୟମ ପାଳନ ନେଇ ପ୍ରମାଣ ଉପସ୍ଥାପନ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଆପ୍‌ କଡାକଡି ନିୟମ ପାଳନ ନ କରିବେ ସେମାନଙ୍କୁ ମଧ୍ୟ ପ୍ଲେ ଷ୍ଟୋରରୁ ହଟାଇ ଦିଆଯିବ ବୋଲି ସତର୍କ କରି ଦିଆଯାଇଛି। ଏହା ଛଡା ସମୟ ସମୟରେ ଏପରି ଆପକୁ ଲ ଏଜେନ୍ସି ଦ୍ୱାରା ଗୁଗଲ ରିଭ୍ୟୁ କରିବ ବୋଲି କହିଛି।

ତେବେ ଗୁଗଲ ଯେଉଁ ଆପ୍‌ଗୁଡିକୁ ହଟାଇ ଦେଇଛି ସେମାନେ ଋଣ ସୁଝିବା ଲାଗି ଲୋକମାନଙ୍କୁ ୬୦ ଦିନରୁ କମ୍‌ ସମୟ ଦେଉଥିଲେ। କେବଳ ଏହି ୩ ଆପ୍‌ ନୁହନ୍ତି ଆହୁରି ଅନେକ ଏପ୍‌ ଅଛନ୍ତି ଯେଉଁମାନେ ଋଣ ପରିଶୋଷ କରିବାକୁ ବହୁତ କମ ସମୟ ଦେଉଛନ୍ତି।

ଏହା ଛଡା ଏମିତି କିଛି ଲୋନ୍‌ ଆପ୍ ଅଛି ଯେଉଁମାନେ ୧୦ ହଜାର ଟଙ୍କାର କ୍ଷୁଦ୍ର ଋଣ ଲାଗି ପ୍ରୋସେସିଂ ଫି ବାବଦକୁ ଗ୍ରାହକଙ୍କଠାରୁ ୨ ହଜାର ଟଙ୍କା ଅସୁଲ କରୁଛନ୍ତି। କେବଳ ଏତିକି ନୁହେଁ ଏହି ଆପମାନେ ୩୦ଦିନିଆ ଋଣ ଦେଉଥିବା ବେଳେ ୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଆଦାୟ କରୁଥିବା ସମୀକ୍ଷା ବେଳେ ଜଣାପଡିଛି। ଭାରତୀୟ ବ୍ୟାଙ୍କମାନେ ଋଣ ଲାଗି ବାର୍ଷିକ ୧୦ରୁ ୨୦ ପ୍ରତିଶତ ସୁଧ ନେଉଥିବା ବେଳେ ଆପମାନେ ସହଜ ଋଣ ଲୋଭ ଦେଖାଇ ଲୋକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି।

You might also like