ଆଜି ଗାନ୍ଧି ଜୟନ୍ତୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛି। ୧୮୬୯ ମସିହାରେ ଆଜି ଦିନରେ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ।
ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟ୍‌ ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସମେତ ଅନ୍ୟ ରାଜନୈତିକ ନେତାମାନେ ମଧ୍ୟ ରାଜଘାଟ୍ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

You might also like