ଏଇ ମାସ ଶେଷ ସୁଦ୍ଧା ବଜାରରେ ମିଳିବ ରେମଡେସିଭିର

ନୂଆଦିଲ୍ଲୀ: ଏଣିକି ମାର୍କଟରେ ଉପଲବ୍ଧ ହେବ  ରେମଡେସିଭିର ଔଷଧ। ଚଳିତମାସ ଶେଷ ସୁଦ୍ଧା ଏହି ଔଷଧ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ମହାମାରୀ କରୋନାକୁ କିଛି ମାତ୍ରାରେ ମାତ ଦେଇ ପାରୁଥିବା ଏହି ଆଣ୍ଟି ଭାଇରାଲ ଔଷଧର ଉପଲବ୍ଧି କଥା ଜାଣିବା ପରେ ଆଶ୍ୱସ୍ତି ମିଳିଛି।

ତେବେ ଏହି ଔଷଧ କେବଳ ଜରୁରୀ ସ୍ଥିତିରେ କିମ୍ବା କରୋନା ଯୋଗୁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଦିଆଯାଇ ପାରିବ । କିଛି ଦିନ ତଳେ ସର୍ତ୍ତମୂଳକ ଭାବେ କରୋନା ରୋଗ ପାଇଁ ରେମଡେସିଭିରର ବ୍ୟବହାର କରିବାକୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ  ଅନୁମତି ଦେଇଥିଲା।

ଏହାପରେ ଭାରତରେ ଉତ୍ପାଦନ କରୁଥିବା ବିଭିନ୍ନ ଔଷଧ କମ୍ପାନୀ ଏହାର ପ୍ରସ୍ତୁତ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭିର ରହିଛି। ତେଣୁ ଏଗୁଡ଼ିକ ଖୁବଶୀଘ୍ର ଅନ୍ୟ ଔଷଧ ଭଳି ମାର୍କେଟରେ ମିଳିବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଏହି ଔଷଧକୁ ଆମେରିକା ପରୀକ୍ଷାନୀରିକ୍ଷା କରି କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିଥିଲା। ଏଠାରେ ମଧ୍ୟ କେବଳ ଜରୁରୀ ବା ଅତ୍ୟନ୍ତ ସଙ୍କଟ ଅବସ୍ଥାରେ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାରକୁ ଅନୁମତି ମିଳିଥିଲା।

You might also like