ରୋଗୀଙ୍କ ଉପରେ ଫଳପ୍ରଦ ହେଉଛି Remdesivir !

ନୂଆଦିଲ୍ଲୀ:କରୋନା ଭାଇରସ ଯୁଦ୍ଧରେ ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭର (Remdesivir) ବେଶ ଫଳପ୍ରଦ ହେଉଛି। ଆମେରିକାରେ ଜୋରସୋରରେ ଏହାର କ୍ଲିନିକାଲ ଟ୍ରାଏଲ ହେବା ପରେ ଏହାର ଫଳାଫଳ ସାମ୍ନାକୁ ଆସିଛି ଯାହା ଗବେଷକଙ୍କୁ ଆଶ୍ୱସ୍ତି ଦେଇଛି। ଯେଉଁ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଥେରାପିର ଆବଶ୍ୟକତା ରହିଛି,  ସେମାନଙ୍କ ପାଖରେ ଔଷଧ ବେଶ ଭଲ କାମ ଦେଉଛି। ସେମାନେ ତୁରନ୍ତ ରୋଗମୁକ୍ତ ହେଉଛନ୍ତି। ଏହି ଟ୍ରାଏଲକୁ ଆମେରିକା‌ର ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଏଲର୍ଜି ଆଣ୍ଡ ଇନ୍‌ଫେକ୍ସନ ଡିଜିଜେଜ୍‌ ଫଣ୍ଡିଂ କରିଛି।

ଦ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗବେଷକମାନେ କ୍ଲିନିକାଲ ଟ୍ରାଏଲ ଜାରି ହେବା ପରେ ପ୍ରାରମ୍ଭିକ ଫଳାଫଳ ଘୋଷଣା କରିଛନ୍ତି। ଏଥିରୁ ଜଣାଯାଇଛି, Remdesivirର ୧୦ ଦିନ କୋର୍ସ ବେଶ ଭଲ କାମ ଦେଉଛି।

ଗବେଷକଙ୍କ କହିବା ଅନୁଯାୟୀ, ୧୪ ଦିନ ପରେ ପ୍ଲେସିବୋ ଟ୍ରିଟ୍‌ମେଣ୍ଟରେ ମୋର୍ଟାଲିଟି ରେଟ୍‌୧୧.୯ ପ୍ରତିଶତ ରହୁଥିବାବେଳେ  Remdesivirର ମୋଟାଲିର୍ଟି ହାର ୭.୧ ପ୍ରତିଶତ ରହୁଛି। ଅବଶ୍ୟ ଏହା ଆଶ୍ୱାସନାର ବିଷୟ। ତେବେ ୭.୧ ମୋଟାଲିର୍ଟିକୁ ଦେଖି ଗବେଷକମାନେ ଚିନ୍ତାରେ ପଡ଼ିଛନ୍ତି।

ଗବେଷକଙ୍କ କହିବା ଅନୁଯାୟୀ, ଯେଉଁ ରୋଗୀମାନେ କୋଭିଡ-୧୯ରେ ପୀଡିତ ଥିବେ ଏବଂ ଯେଉଁମାନଙ୍କ ପାଇଁ ସପ୍ଲିମେଣ୍ଟାଲ ଅକ୍ସିଜେନ ଥେରାପିର ଆବଶ୍ୟକତା ଥିବ ସେଇମାନଙ୍କୁ ହିଁ Remdesivir ଦିଆଯାଇ ପାରିବ । ତେବେ ଏହାକୁ ବ୍ୟବହାର କରିବା ପରେ ଏହାର ହାଇ ମୋର୍ଟାଲାଟି ହାରକୁ ଦେଖି ଚିନ୍ତାରେ ପଡିଛନ୍ତି ଗବେଷକ। ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହି ରୋଗର ଚିକିତ୍ସା କେବଳ ଆଣ୍ଟି ଭାଇରାଲ ଡ୍ରଗ୍‌ରେ ସମ୍ଭବ ନୁହେଁ।

ସୂଚନାଥାଉ କି, Remdesivir ବାୟୋଫାର୍ମା କମ୍ପାନୀ Gilead Sciences Inc. ପ୍ରସ୍ତୁତ କରୁଛି। ଏହି ଔଷଧ ପ୍ରଥମେ ଇବୋଲୋ ଭାଇରସ କ୍ଷେତ୍ରରେ ମଧ୍ୟ ବ୍ୟବହାର ହେଉଥିଲା। ଏହାବ୍ୟତୀତ MERS ଏବଂ SARS ଉପରେ ମଧ୍ୟ  Remdesivir ବେଶ ଫଳପ୍ରଦ ହେଉଛି।

ସୂଚନାଥାଉ କି, ଚଳିତମାସରେ ଆମେରିକାରେ ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କୁ  ଏହି Remdesivir ଦେବା ପାଇଁ  ଫୁଡ୍‌ ଆଣ୍ଡ ଡ୍ରଗ ଆଡ୍‌ମିନିଷ୍ଟ୍ରେଶନ ଅନୁମତି ଦେଇଛି।

 

You might also like