ଆଜିଠୁ ଖୋଲିଲା ଧାର୍ମିକ ଓ ଐତିହ୍ୟ ସ୍ଥଳ

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଧାର୍ମିକସ୍ଥଳ।  ସବୁଠି ସାମାଜିକ ଦୂରତା, ମାସ୍କ ପରିଧାନ ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ସେପଟେ ଆଜିଠୁ ମଧ୍ୟ ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବ। ତେବେ ଓଡ଼ିଶାରେ କିଛି କ୍ଷେତ୍ରରେ ଜାରି ରହିବ।

କଟକଣା  କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ ଆଜିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ।

କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ କରିବେ। କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ହୋଟେଲ, ରେଷ୍ଟୁରାଣ୍ଟ, ମଲ ଓ ଧାର୍ମିକସ୍ଥଳ ପ୍ରବେଶ ଉପରେ କଟକଣା ଲାଗି ରହିଥିଲା।

ତେବେ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟରେ ଜୁନରେ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ। ସେହିଭଳି ସପିଙ୍ଗ୍ ମଲ ମଧ୍ୟ ଜୁନ୍ ୩୦ ଯାଏଁ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ହୋଟେଲଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ। ସେହିଭଳି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ।

ସେହିଭଳି ଆଜିଠୁ ଦେଶର ପ୍ରମୁଖ ୮୨୦ଟି ଐତିହ୍ୟ ସ୍ଥଳି ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏଏସଆଇ ଅଧିନସ୍ଥ ଏହି ସବୁ  ସ୍ଥଳି ଖୋଲିବା ପାଇଁ ଅନୁମତି ଦେଇଛି ସଂସ୍କୃତି ମନ୍ତ୍ରାଳୟ।  ଏହି ତାଲିକାରେ ଓଡ଼ିଶାର ୪୬ଟି ଐତିହ୍ୟ ସ୍ଥଳ ରହିଛି।

ତେବେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଐତିହ୍ୟ ସ୍ଥଳ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ବି ଓଡ଼ିଶାରେ ଏହିସବୁ ସ୍ଥାନ ସାଧାରଣ ଲୋକଙ୍କ ପାଇଁ  ଖୋଲିବ ନାହିଁ। ରାଜ୍ୟ ସରକାର ଜୁନ୍ ୩୦ ଯାଏଁ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଏହାପରେ ବିଚାର କରାଯିବ ବୋଲି SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

You might also like