କରୋନା ମୁକାବିଲା ପାଇଁ ଏହିସବୁ ପଦକ୍ଷେପ ନେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍

ଭୁବନେଶ୍ୱର/ମୁମ୍ବାଇ: କରୋନା ଭୂତାଣୁ ବିରୋଧ ଲଢ଼େଇରେ ସାମିଲ୍ ହେବାକୁ ସହାୟତା ହାତ ବଢ଼ାଇଛି ରିଲାୟଏନ୍ସ ଇଣ୍ଡଷ୍ଟ୍ରିଜ୍। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାରସ‌୍‍ ଫଣ୍ଡକୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି

ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା ସହିତ କୋଭିଡ-୧୯ ବିରୋଧ ଲଢ଼େଇରେ ସହାୟତା ପାଇଁ କମ୍ପାନୀ ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ତା ସହିତ ଏହି ସମୟରେ ଦେଶର ବିଭିନ୍ନ ଜଟିଳ ପରିସ୍ଥିତି ମୁକାବିଲା କରିବା ପାଇଁ ରିଲାଏନ୍ସ ପକ୍ଷରୁ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି।

ଏଥିପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ରିଲାଏନ୍ସ ପରିବାରକୁ ମୂତୟନ କରାଯାଇଛି। କଂପାନୀ ଓ ଏହାର ବିଭିନ୍ନ ଟିମ୍‌ ଗ୍ରାମ, ସଡ଼କ ଓ ଗଳି, କ୍ଲିନିକ ଓ ହସ୍ପିଟାଲରେ ପହଞ୍ଚି ସେବା ପ୍ରଦାନ କରୁଛି। ଏହା ଅତିରିକ୍ତ ଦକ୍ଷତା ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା  ପଦକ୍ଷେପ ଗୁଡ଼ିକ ହେଲା-

ପିଏମ କେୟାରସ‌୍‍ ଫଣ୍ଡକୁ ୫୦୦ କୋଟି ଟଙ୍କାର ସହାୟତା

ମହାରାଷ୍ଟ୍ର  ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କାର ସହାୟତା

କୋଭିଡ ରୋଗୀଙ୍କ ପରିସ୍ଖଳନା ପାଇଁ ଦୁଇ ସପ୍ତାହ ଭିତରେ ଭାରତର ପ୍ରଥମ ସ୍ୱତନ୍ତ୍ର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସ୍ଥାପନ।

ଆସନ୍ତା ୧୦ ଦିନ ଭିତରେ ସାରା ଦେଶରେ ୫୦ ଲକ୍ଷ ଭୋଜନ ଏବଂ ନୂଆ ଅଂଚଳକୁ ତାହା ପରିବ୍ୟାପ୍ତ  କରିବା ପାଇଁ ଯୋଜନା।

ସ୍ୱାସ୍ଥ୍ୟକର୍ମୀ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଦୈନିକ ଏକ ଲକ୍ଷ ମାସ୍କ ଉତ୍ପାଦନ ସହିତ ଦୈନିକ ହଜାର ହଜାର ପିପିଇ ପ୍ରସ୍ତୁତି।

ଜରୁରୀକାଳୀନ ସେବାରେ ନିୟୋଜିତ ଯାନଗୁଡ଼ିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ ଯୋଗାଣ

“ୱାର୍କ ଫ୍ରମ‌୍‍ ହୋମ, ଷ୍ଟଡି ଫ୍ରମ‌୍‍ ହୋମ‌୍‍ ଏବଂ ହେଲ‌୍‍ଥ ଫ୍ରମ‌୍‍ ହୋମ‌୍‍ ଭଳି ଟେଲିକମ ଅଭିଯାନ ଜରିଆରେ ଦେଶକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରିବା ପାଇଁ ପ୍ରାୟ ୪୦ କୋଟି ଭାରତୀୟ ଏବଂ ହଜାର ହଜାର ସଂସ୍ଥାଙ୍କୁ ଜିଓ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ।

ରିଲାଏନ୍ସ ରିଟେଲ ପ୍ରତିଦିନ ଏହାର ହୋମ ଡେଲିଭରି ମାଧ୍ୟମରେ ବହୁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ୱାନି କହିଛନ୍ତି, ” ଏହି ସଙ୍କଟ ସମୟରେ ସାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଟିମ୍‌ ଦେଶ ସହିତ ଅଛି। କୋଭିଡ-୧୯ ବିରୋଧରେ ଲେଇ ପାଇଁ ଏହା ସବୁ କିଛି କରିବାକୁ ପ୍ରସ୍ତୁତ।”

ସେହିଭଳି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ୱାନି କହିଛନ୍ତି ଯେ କୋଭିଡ-୧୯ ବିଶ୍ୱ ମହାମାରୀ ସହିତ ଲଢ଼େଇ ପାଇଁ ଦେଶବାସୀ ଏବଂ ସେହି ମହିଳା ଯେଉଁମାନେ ଆଗ ଧାଡ଼ିରେ ରହି ଏହାର ସାମ୍ନା କରୁଛନ୍ତି ସେମାନଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ ରହିଛି। ଏବଂ ସେମାନଙ୍କ ପ୍ରତି ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। ଆମର ଡାକ୍ତର ଓ ଷ୍ଟାଫମାନେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ସ୍ଥାପନ କରିବାରେ ସହାୟତା ପ୍ରଦାନ କରିଛନ୍ତି। ଏବଂ କୋଭିଡ-୧୯ର ସ୍କ୍ରିନିଂ, ଟେଷ୍ଟିଂ, ପ୍ରତିଷେଧକ ଏବଂ ଚିକିତ୍ସାରେ ସରକାରଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ ଅଛନ୍ତି ବୋଲି ନୀତା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି  ଯେ, ଏହା ହେଉଛି ଆମର ଉପେକ୍ଷିତ ଏବଂ ଦିନ ମଜୁରିଆ ବର୍ଗଙ୍କୁ ସହାୟତା କରିବାର ସମୟ। ଆମର ଭୋଜନ ବଂଟନ କାର୍ଯ୍ୟକ୍ରମ ଜରିଆରେ ଆମେ ସାରା ଦେଶରେ ଦୈନିକ ଲକ୍ଷାଧିକ ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ଖୁଆଇବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀମତୀ ଅମ୍ବାନୀ କହିଛନ୍ତି

You might also like