ଗ୍ରୀନ ଜୋନ୍‌ରେ କଟକଣା କୋହଳ: ଚାଲିବ ବସ୍‌, ଖୋଲିବ ମଦ ଦୋକାନ

ଭୁବନେଶ୍ୱର: ଗ୍ରୀନ୍ ଜୋନ୍ ପାଇଁ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ  ପୁରା ଦେଶରେ ଲାଗୁ କିଛି କଟକଣା ବଳବତ୍ତର ରହିବ। ଯେପରିକି ସ୍କୁଲ, କଲେଜ ଓ  କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍ ଆଦି ଖୋଲିବ ନାହିଁ। ସେହିପରି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଓ ଅନ୍ୟ ପ୍ରକାରର ମେଳି ଉପରେ ପୂର୍ବବତ କଟକଣା ଜାରି ରହିବ। ଧାର୍ମିକ ସ୍ଥାନରେ ଜନସାଧାରଣଙ୍କ ପ୍ରବେଶ ଓ ପୂଜାର୍ଜନା ବନ୍ଦ ରହିବ। ତେବେ ମଦ ଓ ପାନ ଦୋକାନ ଖୋଲିବାକୁ ଅନୁମତି ଦେଇଛି ଗୃହ ବିଭାଗ।

ଧର୍ମସ୍ଥାନରେ ଏମିତିକି ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ମଧ୍ୟ ଚାଲିବ। ସେହିପରି ସମସ୍ତ ପ୍ରକାର ମାଲଗାଡ଼ି ଯାଆସକୁ ଅନୁମତି ମିଳିବ। ଏଥିପାଇଁ କୌଣସି ବିଶେଷ ପାସ୍‌ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ କରିପାରିବ ନାହିଁ। ସେହିପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ, ଅନ୍ୟ ପଡ଼ୋଶୀ ଦେଶ ମଧ୍ୟରେ ଯାନବାହନ ଚଳାଚଳ କରାଇପାରିବେ ନାହିଁ ।

You might also like