ମୁମ୍ବାଇର ୧୨ଟି ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ

ମୁମ୍ବାଇ: ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ୧୨ଟି  ମେଟ୍ରୋ ଷ୍ଟେସନରେ ରେଡ୍ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ମେଟ୍ରୋରେ ଗତକାଲି ଏଭଳି ଆଲର୍ଟ ଜାରି ହେବା ପରେ ଆଜି ମୁମ୍ବାଇ ମେଟ୍ରୋ ଓ୍ୱାନ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରାଯାଇଛି।   ସୁରକ୍ଷା ଏଜେନ୍ସିର ଇନ୍‌ପୁଟ ମିଳିବା ପରେ ତୁରନ୍ତ ମୁମ୍ବାଇର ସମସ୍ତ ୧୨ ଷ୍ଟେସନରେ ଆଲର୍ଟ ଜାରି କରାଯାଇଥିବା ନେଇ ମୁମ୍ବାଇ ମେଟ୍ରୋ ଓ୍ୱାନ୍ ପକ୍ଷରୁ ଟୁଇଟ୍ କରାଯାଇଛି।

୧୧ ଦଶମିକ ୫ କିଲୋମିଟର ବିଶିଷ୍ଟ ଭର୍ସୋଭା-ଅନ୍ଧେରୀ-ଘାଟକୋପର ମେଟ୍ରୋ-୧ କରିଡରକୁ ପରିଚାଳନା କରୁଛି ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକଚର୍ ମାଲିକାନାରେ ଥିବା ମେଟ୍ରୋ-ଓ୍ୱାନ୍। ସାରା ସହରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ବୋଲି ଗତ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୂଚନା ଦେଇଛନ୍ତି।

 

You might also like