କୋଭିଡ-୧୯: ଚିନ୍ତା ବଢାଉଛି ୫ ମହାନଗରର ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ ୨୦ ହଜାର ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦେଶରେ ମୋଟ ମୃତ୍ୟୁ  ସଂଖ୍ୟା ୬୫୨ରେ ପହଞ୍ଚିଛି । ଦେଶର ବିଭିନ୍ନ ସ୍ଥାନରେ ଆରୋଗ୍ୟ ହାର ଉତ୍ସାହଜନକ ରହିଥିଲେ ମଧ୍ୟ ମୁମ୍ବାଇ, ଇନ୍ଦୋର, ଜୟପୁର ପରି ୫ଟି ବଡବଡ ମହାନଗରର ଆରୋଗ୍ୟ ହାର କମ୍‌ ଥିବାରୁ ଚିନ୍ତା ବଢାଇ ଦେଇଛି।

ଦେଶରେ ଏବେ ସୁଦ୍ଧା ୩ ହଜାର ୯୫୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୧୫ ହଜାର ୮୫୯ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଦେଶର ୬୧ଟି ଜିଲ୍ଲାରେ ଗତ ୧୪ ଦିନରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୨୨୧ ଆକ୍ରାନ୍ତ ହୋଇଥିବାବେଳେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ ୨ ହଜାର ୨୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା  ରହିଛି ୯୫ । ଦିଲ୍ଲୀରେ ୨ ହଜାର ୧୫୬ ଆକ୍ରାନ୍ତ ମଧ୍ୟରୁ ୪୭ ଜଣଙ୍କ ଜୀବନ ଯାଇଛି।

ତେବେ ମୁମ୍ବାଇ, ଇନ୍ଦୋର, ଜୟପୁର ପରି ୫ ମହାନଗରରେ ଆରୋଗ୍ୟ ହାର କମ୍‌ ରହିଥିବାବେଳେ ମୃତ୍ୟୁ ହାର ଅଧିକ ରହିଛି। ମିଳିଥିବା ସୂଚନା ଅନୁସାରେ ଜାତୀୟ ସ୍ତରରେ ରିକଭରି ରେଟ (Recovery rate) ୧୯ ପ୍ରତିଶତରୁ ଅଧିକ ଥିବାବେଳେ ମୁମ୍ବାଇ, ଅହମ୍ମଦାବାଦ, ଇନ୍ଦୋର ଏବଂ ଜୟପୁରରେ ଆରୋଗ୍ୟ ହାର କମ ରହିଛି।  ଜୟପୁର, ଇନ୍ଦୋରରେ ରିକଭରି ହାଜର ୮ ପ୍ରତିଶତ ଥିବାବେଳେ ଅହମ୍ମଦାବାଦ୍‌ରେ ୧୦ ପ୍ରତିଶତ ଓ ମୁମ୍ବଇରରେ ୧୩ ପ୍ରତିଶତ ରହିଛି।  ମୁମ୍ବଇରେ ସଂକ୍ରମଣ ହାର ସବୁଠାରୁ ଅଧିକ ଏବଂ ମୃତ୍ୟୁ ହାର ମଧ୍ୟ ସବୁଠାରୁ ଆଗରେ ରହିଛି। ଏସବୁ ତୁଳନାରେ ସବୁଠାରୁ ଭଲ ସ୍ଥିତି ରହିଛି ଦିଲ୍ଲୀରେ। ଏଠାରେ ରିକଭରି ହାର ୨୮ ପ୍ରତିଶତ ରହିଛି।

ଆହୁରି ପଢ଼ନ୍ତୁ

ଲକ୍‌‌ଡାଉନ ସମୟରେ ସ୍‌:ତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

You might also like