ଦିନକରେ କରୋନା ନେଲା ୫୫୧ ଜୀବନ: ୨୮,୬୩୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକରେ କରୋନା ନେଇଛି ୫୫୧ ଜୀବନ। ଏହା ସହିତ ସର୍ବାଧିକ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ୬୭୪କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ ଛୁଇଁଛି।

ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୩୪ ହଜାର ୬୨୦ ଜଣ। ଆଉ ଆକ୍ଟିଭ କେସ୍ ୨ ଲକ୍ଷ ୯୨ ହଜାର ୨୫୮ ରହିଛି। କେବଳ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୦ ହଜାର ଟପିଛି।

ଦେଶର ୫ଟା ରାଜ୍ୟ- ମହାରାଷ୍ଟ୍ର, ତାମିଲ୍‌ନାଡୁ, ଦିଲ୍ଲୀ, କର୍ଣ୍ଣାଟକା ଏବଂ ଆନ୍ଧ୍ରପ୍ରଦେଶର ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି।

ଦିଲ୍ଲୀରେ ୩ ହଜାର ୩ ଶହ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ଏହି ସଂଖ୍ୟା ୨ ହଜାର ୩୨ ଓ ତାମିଲନାଡୁରେ ୧ହଜାର ୮ଶହ ୯୮ରେ ପହଞ୍ଚିଛି।

You might also like