ଚିନ୍ତା ବଢାଇଲା କରୋନା, ଦିନକରେ ଭାରତରେ ରେକର୍ଡ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁରେ ନୂଆ ରେକର୍ଡ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୯୦୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି।

ତେବେ ଦିନକରେ ୧ହଜାର ୨୦ ଜଣ ସୁସ୍ଥ ବି ହୋଇଛନ୍ତି। କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୨୭.୪୧ ପ୍ରତିଶତକୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି।

ସେପଟଟେ ଅନୁମତି ମିଳିଥିବା ଅଫିସ୍‌ଗୁଡ଼ିକରେ ଉପସ୍ଥିତ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ ନିହାତି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ସାମାଜିକ ଦୂରତ୍ୱ ନିୟମକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିବାହ ବେଳେ ସର୍ବାଧିକ ୫୦ ଓ ଅନ୍ତିମ ସଂସ୍କାର ବେଳେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ।

You might also like