ଆଜିବି ୩୦ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ; ୫୪୩ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଏବେ ପ୍ରତିଦିନ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବରଂ ଏହା ଧୀରେ ଧୀରେ ୪୦ ହଜାର ଆଡ଼କୁ ଗତିକଲାଣି। ଆମେରିକାରେ ଦିନକୁ ୫୦ ଆକ୍ରାନ୍ତ ଚିହ୍ନଟ ହେବା ଭଳି ସ୍ଥିତି ଥିଲେ ମଧ୍ୟ ଭାରତ ମଧ୍ୟ ଏହି ଦିଗ ଆଡ଼କୁ ଗତି କରୁଛି। ଆଜି ବି ୨୪ ଘଣ୍ଟାରେ ସର୍ବାଧିକ ୩୮,୯୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।
ସେହିଭଳି ଆଜି ୫୪୩ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ଟିଭ୍ କେସ୍- ୩,୭୩,୩୭୯ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୬,୭୭,୪୨୨ ଜଣ। ନୂଆ ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୬ ହଜାର ୮୧୬କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ରେ ପହଞ୍ଚିଛି।
ତେବେ ମହାରାଷ୍ଟ୍ରର କରୋନା କ୍ଷତିଗ୍ରସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ନମ୍ବରରେ ରହିଛି। ଏଠାରେ ସର୍ବାଧିକ ୩ ଲକ୍ଷ ୯୩୭ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧,୫୯୬ ହୋଇଛି। ସେହିପରି ଦିଲ୍ଲୀ- ୩୫୯୭, ତାମିଲନାଡୁ- ୨୪୦୩ ଓ ଗୁଜରାଟରେ ୨୧୨୨ ମୃତ୍ୟୁ ହୋଇଛି। ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।