ଦିନକୁ ୫ଥର ହନୁମାନ ଚାଳିଶା ପଢ଼ିଲେ କରୋନା ଛାଡ଼ି ପଳାଇବ: ପ୍ରଜ୍ଞା ଠାକୁର

ଭୋପାଳ: ଅଗଷ୍ଟ ୫ ତାରିଖ ଯାଏ ଯଦି ଦିନକୁ ୫ ଥର ହନୁମାନ ଚାଳିଶା ପଢ଼ାଯାଏ ତେବେ କରୋନା ଭାଇରସ ଛାଡ଼ି ପଳାଇବ। ଗତ ଶନିବାର ଏପରି କହିଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାମ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ତେଣୁ ସେପର୍ଯ୍ୟନ୍ତ ହନୁମାନ ଚାଳିଶା ପାଠ କରିବା ପାଇଁ ଦେଶବାସୀଙ୍କୁ କହିଛନ୍ତି ପ୍ରଜ୍ଞା।

ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ଚାଲ ଆମେ ସମସ୍ତ ମିଶି ଗୋଟିଏ ଆଧ୍ୟତ୍ମିକ ଦିଗରେ କରୋନାକୁ ଦୂରେଇ ଦେବାକୁ ପ୍ରୟାଶ କରିବା। ଲୋକଙ୍କ ଆରୋଗ୍ୟ କାମନା କରିବା। ଆଜିଠାରୁ (ଜୁଲାଇ ୨୫) ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ରହି ଦିନକୁ ୫ ଥର ହନୁମାନ ଚାଳିଶା ପାଠ କରିବା।” ଏଥିସହିତ ଅଗଷ୍ଟରେ ରାମଲାଲାଙ୍କ ଆରୀତ କରିବା ସହିତ ଘରେ ଦୀପ ଜାଲିବା ପାଇଁ ଟ୍ୱିଟ୍ କରି କହିଛନ୍ତି ପ୍ରଜ୍ଞା।

ଟ୍ୱିଟ୍‌ରେ ଏକ ଭିଡିଓ ଶେୟାର କରି ମଧ୍ୟପ୍ରଦେଶ ସରକାରଙ୍କର କରୋନା ମୁକାବିଲା କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହିତ ରାଜ୍ୟରେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢ଼ାଇ ଦିଆଯାଇଛି ବୋଲି ସେ ଟ୍ୱିଟ୍ କରିଛନ୍ତି।

ଯଦିଓ ଅଗଷ୍ଟ ୪ ଲକ୍‌ଡାଉନ୍‌ ସରିବ କିନ୍ତୁ ହନୁମାନ ଚାଳିଶା ପାଠ କରିବା ଓ ଲୋକଙ୍କ ଆରୋଗ୍ୟ କାମନା କରିବା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ କରିବା। ଯେତେବେଳେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ  ଭୂମି ପୂଜନ କରାଯିବ, ସେହିଦିନକୁ ଆମେ ଦୀପାବଳି ଭଳି ପାଳନ କରିବା ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ସାରା ଦେଶରେ ହିନ୍ଦୁମାନେ ଗୋଟିଏ ସ୍ୱରରେ ହନୁମାନ ଚାଳିଶା ପଢ଼ିବେ, ଏହା ନିଶ୍ଚି କାମ କରିବ। କରୋନା ଆମକୁ ଛାଡ଼ି ପଳାଇବ। ଭଗବାନ ରାମଙ୍କ ପାଇଁ ଏହି ପ୍ରାର୍ଥନା ହେବ।”

 

You might also like