ଚକ୍ରାନ୍ତକାରୀ ଚୀନ୍‌କୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ଭାରତୀୟ ନୌସେନା

ନୂଆଦିଲ୍ଲୀ: ଚକ୍ରାନ୍ତକାରୀ ଚୀନ୍‌କୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ଭାରତୀୟ ନୌସେନା। ନୌସେନା ଦିବସ ଅବସରରେ ମିଡିଆକୁ ସମ୍ବୋଧିତ କରି ଦେଶବାସୀଙ୍କୁ ଏହି ଭରସା ଦେଇଛନ୍ତି ନୌସେନା ମୁଖ୍ୟ ଚିଫ୍ ଆଡମିରାଲ କରମବୀର ସିଂହ।

ବର୍ତ୍ତମାନ ଦେଶରେ କରୋନା ବିପତ୍ତି ଆଉ ସୀମାରେ ଚୀନ୍‌ର ହରକତ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନା ସମର୍ଥ ଏବଂ ଦୃଢ଼ ସଂକଳ୍ପବଦ୍ଧ। ଭାରତ ମହାସାଗରରେ ଚୀନ୍‌ର ହରକତ ଉପରେ ତୀକ୍ଷଣ ନଜର ରହିଛି ବୋଲେ ନୌସେନା ମୁଖ୍ୟ କହିଛନ୍ତି।  ପ୍ରେଡିଟର ଡ୍ରୋନ୍ ଦ୍ୱାରା ଚୀନ୍ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଏହା ସହ ଚୀନ୍ ସହ ଲାଗି ରହିଥିବା ତିକ୍ତତା ଦୃଷ୍ଟିରୁ ଉଭୟ ବାୟୁ ଓ ସ୍ଥଳ ସେନାକୁ ନୌସେନା ପୂର୍ଣ୍ଣ ସହଯୋଗ କରୁଛି ବୋଲି ନୌସେନା ମୁଖ୍ୟ କରମବୀର ସିଂହ କହିଛନ୍ତି ।

ଯେକୌଣସି ପରିସ୍ଥିତିରେ ନୌସେନା ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ। ନୌସେନାର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ କରାଯାଉଛି। ତିନି ବାହିନୀ ପାଇଁ ୩୦ଟି ପ୍ରିଡେଟର ଡ୍ରୋନ୍ କ୍ରୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ନୌସେନା ମୁଖ୍ୟ।

ସମୁଦ୍ରରେ ବାୟୁ ଶକ୍ତିର ଆବଶ୍ୟକତା ରହିଛି ବୋଲି ଚିଫ୍ ଆଡମିରାଲ କରମବୀର ସିଂ କହିଛନ୍ତି। ଦେଶ ଯଦି ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା ଆଡକୁ ଗତି କରୁଛି, ତେବେ ଯୁଦ୍ଧ ଜାହାଜର ମଧ୍ୟ ଆବଶ୍ୟକତା ରହିଥିବା କହିଛନ୍ତି କରମବୀର ସିଂହ।

You might also like