୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ

ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍‌ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି।

ସେହିଭଳି ପଶ୍ଚିମବଙ୍ଗରେ ୮୧ ଓ ମଣିପୁରରେ ୭୮.୨ ଭୋଟର ମତଦାନ କରିଛନ୍ତି।  ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ରେ ସାମାନ୍ୟ ହିଂସାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଆଚରଣ ସଂହିତା ଉଲ୍ଲଂଘନ ନେଇ ନିର୍ବାଚନ କମିଶନଙ୍କ ନିକଟରେ ୫୭୦ଟି ମାମଲା ଦାଖଲ ହୋଇଛି।

You might also like