କେନ୍ଦ୍ର ସରକାରଙ୍କୁ ଅଗ୍ରୀମ ଲାଭାଂଶ ପ୍ରଦାନ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅନ୍ତରୀଣ ଲାଭାଂଶ ଭାବେ କେନ୍ଦ୍ର ସରକାରଙ୍କୁ ଏହି  ଲାଭାଂଶ ପ୍ରଦାନ ଲାଗି ଆରବିଆଇ ବୋର୍ଡ ଅନୁମୋଦନ କରିଛି।

ଏଥର ବଜେଟରେ କେନ୍ଦ୍ର ସରକାର ଆରବିଆଇ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଗୁଡ଼ିକରୁ ୭୪ ହଜାର ୧୪୦ କୋଟି ଟଙ୍କା ଲାଭାଂଶ ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ।   ଆଗକୁ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ଏହି ଅର୍ଥ କୃଷକଙ୍କ ପାଇଁ ଆୟ ସହାୟତା କାର୍ଯ୍ୟକ୍ରମରେ ବିନିଯୋଗ ହୋଇପାରିବ ବୋଲି କୁହାଯାଉଛି।

ଗତବର୍ଷ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ ତାର ଲାଭାଂଶକୁ କେନ୍ଦ୍ର ସରକାରଙ୍କୁ ଆଗୁଆ ପ୍ରଦାନ କରିଥିଲା। ଏଥିର ମଧ୍ୟ ଲଗାତର ଦ୍ୱିତୀୟ ବର୍ଷ ପାଇଁ ସରକାରଙ୍କୁ ଆଗୁଆ ଲାଭାଂଶ ପ୍ରଦାନ କରିଛି ଆରବିଆଇ।

You might also like