ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଉପରେ ୫ କୋଟି ଫାଇନ୍ ଲଗାଇଲା ଆର୍ବିଆଇ
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ) ଉପରେ ୫ କୋଟିର ଫାଇନ୍ ଲଗାଇଲା ଆର୍ବିଆଇ। ରାଷ୍ଟ୍ରାୟତ ବ୍ୟାଙ୍କର ପୂର୍ବ ନିୟମର ପାଳନ ନକରିବାରୁ ଗୁରୁବାର ବିଓଆଇ ଉପରେ ଫାଇନ୍ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ।
ପୂର୍ବରୁ ୨୦୧୭ ମାର୍ଚ୍ଚ ୩୧ ଓ ୨୦୧୮ ମାର୍ଚ୍ଚରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ପରିଚାଳନା ନେଇ ତ୍ରୁଟି ଦେଖିବାକୁ ପାଇଥିଲା ଆର୍ବିଆଇ। ଯାହା ଫଳରେ ଏହି ଜାତୀୟ ବ୍ୟାଙ୍କ ବିରୋଧରେ ଆଇନଗତ ଯାଞ୍ଚ କରାଯାଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ବିଆଇର ମାନଦଣ୍ଡ ଉଲ୍ଲଙ୍ଘନ କରିଥିବା କହିଛି ରିଜର୍ଭ ବ୍ୟାଙ୍କ।
ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଦୋଷୀ ପାଇବା ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ରିଜର୍ଭ ବ୍ୟାଙ୍କ। କାହିଁକି ତାଙ୍କ ବିରୋଦରେ ଅର୍ଥିକ ପେନାଲ୍ଟି ଲଗାଯିବ ନାହିଁ ବୋଲି ପ୍ରସ୍ନ କରି ଉତ୍ତର ଚାହିଁଛି ଆର୍ବିଆଇ। ତେବେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏହାର ଉତ୍ତର ଦେଇଥିଲେ ମଧ୍ୟ ଉତ୍ତରରେ ସନ୍ତୁଷ୍ଟ ହୋଇ ନାହିଁ ଆର୍ବିଆଇ।
ତେବେ କେବଳ ବିଓଆଇ ନୁହେଁ, ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ବି ଫାଇନ୍ ଲଗାଇଛି ରିଜର୍ଭ ବ୍ୟାଙ୍କ।
କର୍ଣାଟକ ବ୍ୟାଙ୍କ ଏଲ୍ଟିଡି ଉପରେ ୧.୨୦ କୋଟିର ଫାଇନ୍ ପଡ଼ିଥିବା ବେଳେ ସାରାସ୍ୱତ କୋଅପରେଟିଭ୍ ବ୍ୟାଙ୍କ୍ ପାଇଁ ୩୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଛି ଆର୍ବିଆଇ।