RBI Recruitment: ଖାଲି ପଡ଼ିଥିବା ୮୪୧ ଅଫିସ୍‌ ଆଟେଣ୍ଡାଣ୍ଟ୍‌ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) ଖାଲି ପଡ଼ିଥିବା ୮୪୧ ଅଫିସ୍‌ ଆଟେଣ୍ଡାଣ୍ଟ୍‌(Office Attendant) ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରୁଛି। ଏନେଇ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ RBI recruitment ପୋର୍ଟାଲ୍‌- opportunities.rbi.org.inକୁ ଯାଇ ଅଫିସ୍‌ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧୫ ରହିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୯ ଓ ୧୦ରେ ଅନ୍‌ଲାଇନ୍‌ ପରୀକ୍ଷା ହେବ।

ଅଫିସ୍‌ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହାସହ ପ୍ରାର୍ଥୀ ୧୦ମ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ।

Office Attendant ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ opportunities.rbi.org.in ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ…

ଆର୍‌ବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍‌ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସର ପଦବୀ ପାଇଁ ମଧ୍ୟ ଆପଣ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଥିବା ପ୍ରାର୍ଥୀ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ

You might also like