ଟଙ୍କା ଉଠାଣ ପରିମାଣ ୧ହଜାରରୁ ୧୦ ହଜାରକୁ ବୃଦ୍ଧି କଲା ଆରବିଆଇ

ନୂଆଦିଲ୍ଲୀ: ଦୁଇ ଦିନର କଟକଣା ପରେ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପଞ୍ଜାବ୍ ଆଣ୍ଡ ମହାରାଷ୍ଟ୍ର କୋପରୋଟିଭ୍ (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଇବା ନିୟମରେ କୋହଳ କରିଛି। ପୂର୍ବରୁ ୧୦୦୦ ଟଙ୍କା ସର୍ବାଧିକ ଉଠାଇବା ପାଇଁ ଆରବିଆଇ ଅନୁମତି ଦେଇଥିବା ବେଳେ ଆଜି ଏହାକୁ ବୃଦ୍ଧି କରି ୧୦ ହଜାର ଟଙ୍କା କରିଛି। ଆଗାମୀ ୬ ମାସ ଯାଏ କରେଣ୍ଟ ଆକାଉଣ୍ଚ କିମ୍ୱା ସେଭିଂସ ଆକାଉଣ୍ଟରୁ ସର୍ବାଧିକ ୧୦ ହଜାର ଟଙ୍କା ଉଠାଇ ହେବ।

ଆରବିଆଇ ଗାଇଡ ଲାଇନର ୧୯୪୯ ଅଧୀନରେ ଥିବା ୩୫ (ଏ) ନିୟମ ଆଧାରରେ ଏହି କଟକଣା ଲଗାଇଛି। ଆରବିଆଇର ଏହି ନିଷ୍ପତ୍ତି ପରେ ପିଏମସି ବ୍ୟାଙ୍କର ନିବେଶକମାନେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିବା ସହିତ ପ୍ରତିବାଦ କରିଥିଲେ। ଆରବିଆଇ ଆଇନକୁ ପିଏମସି ଉଲ୍ଲଂଘନ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି। ଏବେ ବ୍ୟାଙ୍କର ନେଣଦେଣ ଉପରେ ମଧ୍ୟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

You might also like