ସୁଧହାର ବୃଦ୍ଧି କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଆଜି ରେପୋ ରେଟ ୨୫ ବେସିସ ପଏଣ୍ଟ ବଢ଼ାଇଛି। ଫଳରେ ରେପୋ ରେଟ ୬.୨୫ରୁ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାଫଳରେ ଏଣିକି ୬.୫ ସୁଧ ହାରରେ ବ୍ୟାଙ୍କ ଗୁଡିକୁ ସୁଧ ଦେବ ଆରବିଆଇ।

ଏହା ଦ୍ୱାରା ବ୍ୟାଙ୍କଗୁଡିକ ଗୃହ, ଅଟୋ ସମେତ ଅନ୍ୟାନ୍ୟ ଋଣ ହାର ବୃଦ୍ଧି କରିପାରନ୍ତି। ତେଣୁ ଏହାର  ସିଧା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ ସୁଧ ହାର ବୃଦ୍ଧି ନେଇ ଘୋଷଣା କରିଛି।

ବ୍ୟାଙ୍କ୍ ବଜାର ଡଟ୍ କମ୍‌ର ସିଇଓ କହିଛନ୍ତି, ଆର୍‌ବିଆଇ ରେପୋ ରେଟ୍‌ ବୃଦ୍ଧି କରିଥିବାରୁ ବ୍ୟାଙ୍କ ଅଧିକ ସୁଧ ଦାବି କରିବେ। ଯଦି ଜଣେ ବ୍ୟକ୍ତି ୨୦ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ଋଣ ୮.୫% ସୁଧ ହାରରେ ନେଉଛି, ତେବେ ତାଙ୍କୁ ମାସକୁ ଇଏମ୍‌ଆଇ ଆକାରରେ ୮୬୮ ଟଙ୍କା ଦେବାକୁ ପଡ଼ୁଛି।

ଯଦି ଏବେ ବ୍ୟାଙ୍କ ଏହି ସୁଧହାରକୁ ୮.୭୫%ରେ ପହଞ୍ଚାଇ ଦିଅନ୍ତି, ତେବେ ଇଏମ୍‌ଆଇ ୮୮୪ ଟଙ୍କାରେ ପହଞ୍ଚିବ। ସେହିପରି ସୁଧହାର ୯% ହେଲେ ଇଏମ୍‌ଆଇ ୯୦୦ ଟଙ୍କା ହୋଇଯିବ। ଫଳରେ ଏହା ଋଣ ନେଇଥିବା ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ।

ଅକ୍ଟୋବର ୨୦୧୩ ପରେ ଆର୍‌ବିଆଇ ଏପରି ଲଗାତର ଦ୍ୱିତୀୟଥର ପାଇଁ ରେପୋ ରେଟ୍‌ ବୃଦ୍ଧି କରିଛି।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like