ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ପ୍ରଦାନ। ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

କେନ୍ଦ୍ର ସରକାର ଆରବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଅଭିଯୋଗ ଆଣିବା ପରେ ଏହି ବିବାଦ ତେଜିଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲେ।

ଏପରିକି କେନ୍ଦ୍ର ସରକାର ଆରବିଆଇ ପାଖରୁ ବଳକା ଟଙ୍କା ନେବା ଲାଗି ଚାପ ପକାଉଥିବା ଅଭିଯୋଗ କରିଥିଲେ। ଶେଷରେ ନଭେମ୍ବର ୧୯ରେ ଆରବିଆଇ ବୋର୍ଡ ମିଟିଂ ହୋଇଥିଲା ତା ପୂର୍ବରୁ ଜେଟଲୀ ଓ ଉର୍ଜିତ ପଟେଲ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିଥିଲେ।

ହେଲେ ଆଜି ଉର୍ଜିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେପଟେ ଡେପୁଟି ଗଭର୍ଣ୍ଣର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

You might also like