ରେପୋ ରେଟ୍‌ ହ୍ରାସ; କାର୍ ଓ ଗୃହ ଋଣ ଉପରେ କମିବ ସୁଧ

ନୂଆଦିଲ୍ଲୀ: ଧିମେଇ ଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଲାଗି ପ୍ରୟାସ। ବଜାରରେ ଚଳନ୍ତି ରାଶି ବା ଲିକ୍ୟୁଡିଟି ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି।

ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌କୁ ଆଉ .୨୫ ପ୍ରତିଶତ କମାଇ ଦେଇଛି। ଫଳରେ  ରେପୋ ରେଟ୍ ୬ରୁ  ୫.୭୫ ପ୍ରତିଶତକୁ ଖସି ଆସିଛି। କ୍ରମାଗତ ତୃତୀୟ ଥର ଲାଗି ରେପୋ ରେଟ୍‌କୁ ହ୍ରାସ କରାଯାଇଛି।

ରେପୋ ରେଟ୍ ହ୍ରାସ ଦ୍ୱାରା ଖାଉଟିଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। କାର୍ ଓ ଗୃହ ଋଣ ଉପରେ ସୁଧ କମିବା ଦ୍ୱାରା ମାସିକ କିସ୍ତି  ବି କମିବା ସମ୍ଭାବନା ରହିଛି।

ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୮ ପ୍ରତିଶତକୁ ଖସି ଆସିଥିଲା । ଏଥିସହ ଗତ ୪୫ ବର୍ଷରେ ବେକାରୀ ସମସ୍ୟା ସର୍ବୋଚ୍ଚ ସୀମାରେ ପହଞ୍ଚିଛି। ଏ ସବୁକୁ ଦୃଷ୍ଟିରେ ରଖି ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରୁ ଫେରୁ ଅର୍ଥନୀତିକୁ ସଜାଡ଼ିବା ଲାଗି ପ୍ରାଥମିକତା ଭିତ୍ତିରେ ଉଦ୍ୟମ ଆରମ୍ଭ କରିଛି।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଟି କ୍ୟାବିନେଟ୍ କମିଟି ଗଠନ କରାଯାଇଥିଲା। ଅଭିବୃଦ୍ଧି, ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଏହି କମିଟି ଗୁରୁତ୍ୱ ଦେବ।

ଆହୁରି ପଢ଼ନ୍ତୁ

ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

NSG ସୁରକ୍ଷା ନେବାକୁ ମନାକଲେ ଶାହ

ମାୟାବତୀଙ୍କୁ ଛାଡ଼ି କଂଗ୍ରେସରେ ମିଶିଲେ ୬ ବିଏସ୍‌ପି ବିଧାୟକ

ପିଏସ୍‌ଏ ଆଇନ୍‌ରେ ବନ୍ଦୀ ହେଲେ ଫାରୁକ ଅବ୍‌ଦୁଲ୍ଲା; ଗୋଟେ ବର୍ଷ ପାଇଁ ଅଟକ ରହିପାରନ୍ତି

ସିନ୍ଧୁଙ୍କୁ ବାହାହେବା ପାଇଁ ଏମିତି ଧମକ ଦେଲେ ବୃଦ୍ଧ

ଜନ୍ମଦିନରେ ମା’ଙ୍କ ସହ ଏକାଠି ଖାଇଲେ ମୋଦି

ପ୍ରେମିକାଙ୍କୁ ଦେଖା କରିବାକୁ ଆସିଥିଲେ, ହାତଗୋଡ଼ ବାନ୍ଧି ଜୀଅନ୍ତା ଜାଳିଦେଲେ

You might also like