କରୋନା ପାଇଁ ଆର୍‌ବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ସ୍ଥିତି ନିମ୍ନାଗାମୀ ହେଉଥିବାରୁ ଶୁକ୍ରବାର ସବୁଠାରୁ ବଡ଼ ଘୋଷଣା କରିଛି ଆର୍‌ବିଆଇ। ଆର୍‌ବିଆଇର ମନିଟାରୀ ପଲିସି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ। ଏହି ଘୋଷଣା କ୍ରମେ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ଏବେ ନୂଆ ରେପୋ ରେଟ୍ ହେଲା ୪.୪% ହୋଇଛି।

ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ ଖସି ୪% ହୋଇଛି। ପୂର୍ବରୁ ପୂର୍ବରୁ ରିଭର୍ସ ରେପୋ ରେଟ୍ ଥିଲା ୫.୧୫% । ସବୁ ବ୍ୟାଙ୍କ ଋଣ ସୁଝିବା ପାଇଁ ୩ମାସର ମହଲତ ଦିଆଯାଇଛି।

କରୋନାର ଅକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ଆରବିଆଇ ଗଭର୍ଣ୍ଣର ଉଦବେଗ ପ୍ରକାଶ କରିଛନ୍ତି। ଏଥିଯୋଗୁ ବିଶ୍ୱ ବଜାରରେ ଆର୍ଥିକ ମାନ୍ଦାବସ୍ଥା ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଏହାର ପ୍ରଭାବ ଦେଶରେ ଅନେକ କ୍ଷେତ୍ରରେ ପଡ଼ିପାରେ ବୋଲି ସେ କହିଛନ୍ତି।

ଏଭଳି କଠିନ ପରିସ୍ଥିତି ସମୟରେ ଲୋକଙ୍କ ପାଖରେ ଟଙ୍କା ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ପ୍ରତିଶ୍ରୁତି ଦେଇଛନ୍ତି।

You might also like