ଲକ୍‌ଡାଉନ୍‌ ବେଳେ RBIର ବଡ଼ ଘୋଷଣା- ଆଉ ୩ ମାସ EMI କୋହଳ

ନୂଆଦିଲ୍ଲୀ: ଲୋନ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ୱସ୍ତିକର ଖବର। ଲୋନ୍‌କୁ ନେଇ ଆର୍‌ବିଆଇ, ମାସିକ ଋଣ କିସ୍ତି (EMI) ପୈଠ ଅବଧିକୁ ଆଉ ୩ ମାସ ଯାଏ ବୃଦ୍ଧି କରିଛି। ଜୁନ୍ ୧ରୁ ଅଗଷ୍ଟ ୩୧ ଯାଏ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ପକ୍ଷରୁ ଘୋଷଣା ହୋଇଛି।

ଅନ୍ୟପକ୍ଷରେ, ଗ୍ରାହକଙ୍କ ଉପରେ କୌଣସି ପ୍ରକାରର ଚାପ ନ ପକାଇବାକୁ RBI ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ RBI ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏଥିସହ ରେପୋ ରେଟ୍‌ରେ ୪୦ ବେସିସ ପଏଣ୍ଟ ହ୍ରାସ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଆଜି ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରିଛନ୍ତି। ଫଳରେ ରେପୋ ରେଟ୍ ୪.୪%ରୁ ହ୍ରାସ ପାଇ ୪% ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ କମି ୩.୩୫ ପ୍ରତିଶତ ହୋଇଛି।

କରୋନା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି। ୬ଟି ବଡ଼ ରାଜ୍ୟରେ ଔଦ୍ୟୋଗିକ ଉତ୍ପାଦନ ଠପ୍ ହୋଇଥିବା ବେଳେ ମାର୍ଚ୍ଚ ମାସରେ ଶିଳ୍ପ ସଂସ୍ଥାରେ ଉତ୍ପାଦନ ୧୭% ହ୍ରାସ ପାଇଛି।

You might also like