ଗଳିରେ ପଶିବା କ୍ଷଣି ଏମାନଙ୍କ ଉପରେ ଲୋକେ ଫୁଲବର୍ଷା କଲେ…ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ ରବିନା ଟଣ୍ଡନ ତାଙ୍କର ସ୍ୱତନ୍ତ୍ର ବିଚାର, ଚିନ୍ତାଧାରାକୁ ନେଇ ପପୁଲାର । ସମସାମୟିକ ସମସ୍ୟା ଉପରେ ସେ ଖୁବ୍ ଭାବିଚିନ୍ତି ସୋଶାଲ ମିଡିଆରେ ନିଜର ମତାମତ ଦିଅନ୍ତି ଯାହାକୁ ତାଙ୍କର ଫ୍ୟାନମାନେ ପ୍ରଶଂସା କରନ୍ତି । ନିକଟରେ ସେ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ବେଶ ଚଚ୍ଚା ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି, ଲୋକେ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି । ଏହି ଲୋକମାନେ ଏଥିପାଇଁ ସେମାନଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି କାରଣ କରୋନା ପରି ମହାମାରୀ ସମୟରେ ବି ସେମାନେ ଲୋକଙ୍କୁ ଦିନ ରାତି ସେମାନଙ୍କର ସେବା ଯୋଗାଇ ଦେଉଛନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓଟି ପଞ୍ଜାବର କୌଣସି ଏକ ଜାଗାର । ରବିନାଙ୍କର ଏହି ଭିଡିଓ ଉପରେ ଖୁବ୍ ରିଆକ୍ସନ ଆସିଛି ।
ଏହି ଭିଡିଓକୁ ସେୟାର କରି ରବିନା ଲେଖିଛନ୍ତି, ହ୍ଵାଟ୍ସଆପରେ ଏହି ଭିଡିଓଟି ପଞ୍ଜାବର କୌଣସି ଏକ ସ୍ଥାନରୁ ଆସିଛି । ଲୋକମାନେ ସଫେଇ କର୍ମୀମାନଙ୍କୁ ଫୁଲ ପକାଇ ଧନ୍ୟବାଦ ଦେଉଛନ୍ତି । ଏହି ଯୋଦ୍ଧାମାନେ ଏପରି କଠିନ ସମୟରେ ବି ଦିନରାତି କାମ କରୁଛନ୍ତି ।
Somewhere in Punjab.-(via wassap) people thanking the sanitation workers by showering flower petals on sanitation workers as a mark of gratitude for the warriors working day and night .♥️🙏🏻 pic.twitter.com/Knwv45XaBP
— Raveena Tandon (@TandonRaveena) April 4, 2020
ରବିନା ଟଣ୍ଡନ ଆଜିକାଲି ସୋଶିଆଲ ମିଡିଆରେ ବେଶ ଆକ୍ଟିଭ ରହୁଛନ୍ତି । କିଛିଦିନ ତଳେ ଇନ୍ଦୋରର ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ଦେଖିବାକୁ ମିଳିଥିଲା, ଜଣେ ଗୁରୁତର ମହିଳାଙ୍କୁ ନେବାପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଆସୁଛନ୍ତି ଆଉ ଲୋକମାନେ ତାଙ୍କ ଉପରକୁ ପଥର ଫିଙ୍ଗୁଛନ୍ତି । ନିଜ ଟ୍ୱିଟରେ ରବିନା ଏକଥା ଲେଖିଥିଲେ, ‘ ହେ ଭଗବାନ ! ଏହା କ’ର ସତ ହୋଇପାରେ ? ସ୍:ାସ୍ଥ୍ୟ ବିଭାଗ କର୍ମ ଚାରୀଙ୍କୁ ଆମେ ଧନ୍ୟବାଦ ଦେବାକଥା, ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବା କଥା । ରୋଗୀଙ୍କ ସେବା କରିବା ପାଇଁ ସେମାନେ ନିଜର ସବୁକିଛି ପଛରେ ପକାଇ ମରଣ ମୁହଁକୁ ଆସିଛନ୍ତି । ହେଲେ ଏହି ବର୍ବର ଲୋକଙ୍କ ପାଖରୁ ସେମାନେ ଏବେ କ’ଣ ପାଉଛନ୍ତି ?
ସୂଚନା ଥାଉ କି, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା 77 ଲୋକଙ୍କର ମୃତ୍ୟୁ ଘଟିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲାଣି ।