ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ନୂଆଦିଲ୍ଲୀ: ଦେଶରେ ପାଳିତ ହେଉଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପର୍ବ ଦଶହରା। କୋଭିଡ୍‌ର କଟକଣା ସତ୍ତ୍ୱେ ଗାଇଡ୍ ଲାଇନ୍‌କୁ ପାଳନ କରି ଦେଶର ବିଭିନ୍ନ କୋଣରେ ଜମୁଛି ନାଚ, ଗୀତ ଏବଂ ନାଟକର ଆସର।

ଏହି ସମୟରେ ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଉପରେ ଆଧାରିତ ଗୀତିନାଟ୍ୟର ଆୟୋଜନ କରାଯାଉଛି। ତେବେ ମଞ୍ଚରେ ଚାଲିଥିବା ପୌରାଣିକ ନାଟକର ଏକ ଅଂଶ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଜଣେ କଳାକାର ରାବଣର ଭୂମିକାରେ ଅଭିନୟ କରୁଛନ୍ତି। ସେ ସମୟରେ ଏକ ପଞ୍ଜାବୀ ଗୀତରେ ସେ ଭାଙ୍ଗଡ଼ା କରୁଥିବା ନଜରରେ ଆସୁଛନ୍ତି। ଯାହାକି ଖୁବ୍‌ ଭାଇରାଲ୍‌ ହୋଇଛି।

ଏହି ଭିଡିଓଟିକୁ ମ୍ୟାନ ଅମନ ସିଂ ଚିନା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ସେୟାର କରିଛନ୍ତି। ତେବେ ଭିଡିଓଟି ଟ୍ୱିଟରରେ ସେୟାର ହେବାପରେ ଏହାକୁ ପାଖାପାଖି ୨ ଲକ୍ଷ ୧୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

You might also like