ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ବଡ ବ୍ୟବସାୟୀ ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ ରତନ୍‌ ଟାଟାଙ୍କ ଜୀବନକୁ ନେଇ ଅନେକ ରୋଚକ ଅନୁଭୂତି ରହିଛି। ଏହି ଅନୁଭୂତିକୁ ସେ ନିଜେ ସମସ୍ତଙ୍କୁ ଜଣାଇଥାନ୍ତି। ଏମିତି ଏକ ରୋମାଞ୍ଚକର ଘଟଣା ତାଙ୍କ ଜୀବନରେ ଘଟିଥିଲା ଯାହା ସେ ଏକ ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି।

ରତନ୍‌ ଟାଟାଙ୍କ କହିବା ଅନୁସାରେ, ତାଙ୍କୁ ଯେତେବେଳେ ମାତ୍ର ୧୭ ବର୍ଷ ବୟସ ସେତେବେଳେ ସେ ଏକ ବିମାନରେ ଯାଉଥିଲେ। ହଠାତ୍‌ ବିମାନରେ ତ୍ରୁଟି ଦେଖାଦେଲା। ଆଉ ମାତ୍ର କେତୋଟି ମୁହୂର୍ତ୍ତ ହୋଇଥିଲେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା। କିନ୍ତୁ ରତନ ଟାଟା ନିଜେ ପରିସ୍ଥିତିକୁ ସମ୍ଭାଳି ଦେଇଥିଲେ ଏବଂ ନିଜ ସହ ଅନ୍ୟମାନଙ୍କ ଜୀବନକୁ ବଞ୍ଚାଇ ପାରିଥିଲେ ବୋଲି ଏହି ସୋରେ କହିଥିଲେ।

ରତନ ଟାଟାଙ୍କ କହିବା ଅନୁଯାୟୀ, ସେ ସେତେବେଳେ କଲେଜରେ ପଢୁଥାନ୍ତି। ସେ ସମୟରେ ୧୭ ବର୍ଷ ବୟସରେ ବିମାନ ଉଡ଼ାଇବା ପାଇଁ ଲାଇସେନ୍ସ ମିଳି ଯାଉଥିଲା। ସେ କହିଛନ୍ତି, ସେ ସମୟରେ ସବୁବେଳେ ଭଡାରେ ବିମାନ ଆଣି ଉଡାଣ ଅଭ୍ୟାସ କରିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ତେବେ ତାଙ୍କର ସାଙ୍ଗମାନଙ୍କ ସହ ଏ ବିଷୟରେ କଥା ହେଲେ ଯିଏ କି ବିମାନ ଉଡାଣ ଶିଖୁଥିଲେ।

ରତନ ଟାଟା ତାଙ୍କୁ କହିଲେ, ଯଦି ତୁମମାନଙ୍କୁ ଯଦି ବିମାନ ଉଡାଇବାର ଅଛି ତେବେ ଭଡାରେ ଏକ ବିମାଣ ଆଣିବା। ଭଡାର କିଛି ଭାଗ ମୁଁ ଦେବି। ରତନ ଟାଟା ସବୁବେଳେ ଏପରି ସହାୟତା କରିଥାନ୍ତି।

ଏହା ପରେ ସମସ୍ତେ ପ୍ଲେନ ନେଇ ଗଲେ। ସମସ୍ତେ ବହୁତ ଖୁସି ଥିଲେ। ତେବେ ହଠାତ୍‌ ତାଙ୍କ ବିମାନର ଇଞ୍ଜିନ ଖରାପ ହୋଇଗଲା। ଏହା ପୂର୍ବରୁ ବିମାଜ ଜୋରରେ ହଲିବାକୁ ଲାଗିଲା। ସମସ୍ତେ ଚିନ୍ତାରେ ପଡିଗଲେ। କାହା ମୁହଁରେ ଭାଷା ନାହିଁ। ବୋଧହୁଏ କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା।

ହେଲେ ରତନା ଟାଟା କିଛି ସମୟ ଚିନ୍ତା କଲେ। ତା’ ପରେ ଆଗେଇ ଆସିଥିଲେ। ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସଫଳ ହୋଇଥିଲେ। ତାଙ୍କର ଧୀର ଓ ଶାନ୍ତ ଚିନ୍ତାଧାରା ଏବଂ ସେହି ଅନୁଯାୟୀ ପଦକ୍ଷେପ ଯୋଗୁ ବଡ ଦୁର୍ଘଟଣାକୁ ଏଡାଇ ପାରଥିଲେ। ସୋରେ ରତନ କହିଥିଲେ, ବିପଦ ସମୟରେ ମଣିଷ ଶାନ୍ତମନରେ କାମ କରିବା ଉଚିତ୍‌।

ଆହୁରି ପଢ଼ନ୍ତୁ

ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

ଜହ୍ନରେ ମିଳିଲା ପାଣିର ସନ୍ଧାନ

କେରଳରେ ଲ୍ୟାଣ୍ଡ କଲା ସି ପ୍ଲେନ୍

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

You might also like