ଛତିଶଗଡ଼ ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର କଳା ବାଘ
ବିଳାସପୁର: ଛତିଶଗଡ଼ର ବିଳାସପୁରରେ ଥିବା ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟରେ ଏକ ବ୍ଲାକ୍ ପ୍ୟାନ୍ଥର(କଳା ବାଘ)କୁ ଠାବ କରାଯାଇଛି।
ଜଙ୍ଗଲ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି କଳାବାଘ କଏଦ ହୋଇଛି। ଗତ ୨୫ ମାର୍ଚ୍ଚରୁ ଏପ୍ରିଲ ୨୫ ତାରିଖ ମଧ୍ୟରେ ରେକର୍ଡ ହୋଇଥିବା ଟ୍ରାପ୍ କ୍ୟାମେରାର ତଥ୍ୟରୁ ଏହା ଜଣାପଡ଼ିଛି।
ଏହି ପ୍ରଜାତିର ବାଘ ବିରଳ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବାଘ ସହ ଅନ୍ୟ କିଛି ବାଘ ରହୁଛନ୍ତି ନା ନାହିଁ, ଏହି ଜାଣିବାକୁ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ପାଟ୍ରୋଲିଂ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।