ବଲିଉଡ୍‌ ଷ୍ଟାର୍‌ ରଣବୀର ସିଂହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍‌ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଥିଲେ। କାର୍‌ରେ ଧକ୍କା ଲାଗିବା ପରେ ରଣବୀର ଗାଡ଼ିରୁ ଓହ୍ଲାଇ ଗାଡ଼ିର ସ୍ଥିତି ପରଖି ଥିବାର ଦେଖାଯାଇଥିଲା।

ସୌଭାଗ୍ୟବସତଃ ଏହା ଏକ ଛୋଟ ଦୁର୍ଘଟଣା ଥିବାରୁ କାହାର ବି ବିଶେଷ କିଛି କ୍ଷତି ହୋଇନଥିଲା। ଗାଡ଼ିର ବିଶେଷ କ୍ଷତି ହୋଇ ନଥିବା ଦେଖି ସେଠାରୁ ଫେରି ଯାଇଥିଲେ ରଣବୀର। ଏହି ସମସ୍ତ ଘଟଣାକୁ ତାଙ୍କ କ୍ୟାମେରାରେ କଏଦ୍‌ କରିଥିଲେ ଜଣେ ଫଟୋଗ୍ରାଫର।

ସୂଚନା ଥାଉକି, ଖେଳ ଉପରେ ଆଧାରିତ କବୀର ଖାନଙ୍କ ଫିଲ୍ମ 83ରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ଏହାର ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଦେଇଥିଲା ପ୍ରଯୋଜନା ସଂସ୍ଥା। ରଣବୀର ଏହି ଫିଲ୍ମରେ ପୂର୍ବତନ କ୍ରିକେଟ୍‌ କ୍ୟାପ୍ଟେନ୍‌ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୧୯୮୩ କ୍ରିକେଟ୍‌ ବିଶ୍ୱ କପ୍‌ ବିଜୟ ଉପରେ ଆଧାରିତ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ।

 

View this post on Instagram

 

Chota sa accident and all’s well 🙏 #ranveersingh in Mumbai today #Thursday #manavmanglani

A post shared by Manav Manglani (@manav.manglani) on

ଆହୁରି ପଢ଼ନ୍ତୁ

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

You might also like