ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ରାନୁ

ମୁମ୍ବାଇ: ୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ରାନୁ ମଣ୍ଡଳ। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି।

ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟାଙ୍କ ଫିଲ୍ମରେ ଗୀତ ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ।

ଗୁଗୁଲ୍‌ର ତଥ୍ୟ ଅନୁସାରେ ରାନୁଙ୍କୁ ୟୁଜର୍ସମାନେ ବହୁବାର ସର୍ଚ୍ଚ କରିଥିଲେ। ଏହି ତାଲିକାରେ ପ୍ରଥମରେ ରହିଛନ୍ତି  ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ। ଦ୍ୱିତୀୟରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର, ତୃତୀୟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ଚତୁର୍ଥରେ ‘ସୁପର ୩୦’ ର ପ୍ରତିଷ୍ଠାତା ଆନନ୍ଦ କୁମାର, ପଞ୍ଚମ ସ୍ଥାନରେ ରହିଛନ୍ତି ଅଭିନେତା ଭିକି କୌଶଲ, ଷଷ୍ଠ ସ୍ଥାନରେ କ୍ରିକେଟର ରିଷଭ ପନ୍ତ, ସପ୍ତମ ସ୍ଥାନରେ ରାନୁ ମଣ୍ଡଳ, ଅଷ୍ଟମ ସ୍ଥାନରେ ଅଭିନେତ୍ରୀ ତାରା ସୁତାରିଆ, ନବମ ସ୍ଥାନରେ ବିଗ୍‌ ବସ୍‌ ୧୩ର ବିବାଦୀୟ ପ୍ରତିଯୋଗୀଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧାର୍ଥ ଶୁକ୍ଲା ଏବଂ ଦଶମ ସ୍ଥାନରେ ରହିଛନ୍ତି ଅଭିନେତ୍ରୀ କୋଏନା ମିତ୍ରା।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

You might also like