ଆରମ୍ଭ ହେଲା ‘ମନୋଦର୍ପଣ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମନସ୍ତାତ୍ତ୍ୱିକ ସହାୟତା ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆରମ୍ଭ କରିଛନ୍ତି ‘ମନୋଦର୍ପଣ’ କାର୍ଯ୍ୟକ୍ରମ। ଏହାସହ ଏକ ଜାତୀୟ ଟୋଲ ଫ୍ରି ହେଲପ ଲାଇନ୍ ନମ୍ବର ଜାରି ହୋଇଛି। ଏହି ଟୋଲ ଫ୍ରି ନମ୍ବର ହେଲା ୮୪୪୮୪୪୦୬୩୨।

ଏହି ହେଲ୍ପ ଲାଇନ ନମ୍ବରରେ ଉପଦେଶ ଦେବାରୁ ବିଶେଷଜ୍ଞ ଉପଲବ୍ଧ ରହିବେ। ମନୋଦର୍ପଣରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିଲାଙ୍କ ପରିବାର ଲୋକଙ୍କୁ ମାନସିକ ଓ ମନସ୍ତାତ୍ତିକ ସ୍ୱାସ୍ଥ୍ୟ ସଂପର୍କରେ ପରାମର୍ଶ ଦିଆଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ୱେବସାଇଟରେ ମଧ୍ୟ ମନୋଦର୍ପଣର ଏକ ସ୍ୱତନ୍ତ୍ର ପେଜ୍ ରହିଛି।

ଏଥିରେ ପରାମର୍ଶ, ପ୍ରାକ୍ଟିକାଲ ଟିପ୍ସ, ପୋଷ୍ଟର, ଭିଡିଓ, କଣ କରିବା ଉଚିତ୍, କଣ ନକରିବା ଏ ସବୁର ଉପଦେଶ ରହିଛି। ଏହାଛଡ଼ା ଅନଲାଇନ୍ ଚାଟ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରାମର୍ଶ ନେଇପାରିବେ। କୋଭିଡ୍ ୧୯ ଯୋଗୁ କେବଳ ଶାରିରୀକ ନୁହେଁ, ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି।

ଶିଶୁ ଓ କିଶୋରମାନଙ୍କ ଉପରେ ପଡ଼ୁଥିବା ଏଭଳି ଚାପ ଦୂର କରିବା ପାଇଁ ଭାରତ ସରକାର ମନୋଦର୍ପଣର ବ୍ୟବସ୍ଥା କରିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like