ଭାଇରାଲ ଭିଡିଓରେ IMAକୁ ରାମଦେବଙ୍କ ଚାଲେଞ୍ଜ- ‘କାହା ବାପା ବି ମୋତେ ଗିରଫ କରିପାରିବେ ନାହିଁ’

ନୂଆଦିଲ୍ଲୀ:ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କ ବିରୁଦ୍ଧରେ ହଜାରେ କୋଟି ଟଙ୍କାର ମାନହାନି ମାମଲାା ନୋଟିସ ଜାରି କରାଯାଇଛି । ଆଇଏମଏ କହିଛି, ରାମଦେବ ଏଲୋପାଥି ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଭ୍ରମିତ କରିବା ସହ ଟିକା ବିରୋଧରେ କହିଛନ୍ତି । ଏଥିପାଇଁ ଆଇଏମଏ ଉତ୍ତରାଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କ ପାଖକୁ ହଜାରେ କୋଟିର ମାନହାନୀ ନୋଟିସ ପଠାଯାଇଛି ।

ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସରେ କହିଛି ଯେ, ଯଦି ୧୫ ଦିନ ମଧ୍ୟରେ ଏଲୋପାଥି ଚିକିତ୍ସାକୁ ବିରୋଧ କରି ସେ ଦେଇଥିବା ବୟାନ ବିରୋଧରେ କୌଣସି ଭିଡିଓ ଜାରି ନ କରନ୍ତି କିମ୍ବା ନିଜର ବୟାନ ପାଇଁ କୌଣସି ଲିଖିତ କ୍ଷମା ନ ମାଗନ୍ତି, ତାହେଲେ ତାଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ କେସ୍ କରାଯିବ । IMA ପକ୍ଷରୁ ପ୍ରବଳ ପ୍ରତିବାଦ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଥିଲା । ତେବେ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାମଦେବଙ୍କୁ ଚିଠି ଲେଖିବା ପରେ ସେ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିଥିଲେ ।

ସେପଟେ ରାମଦେବଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଅଧିକାରୀମାନଙ୍କୁ ତାଙ୍କୁ ଗିରଫ କରିବା ପାଇଁ ଚ୍ୟାଲେଞ୍ଜ କରୁଥିବା ଦେଖିବାକୁ ମିଳିଛି । ଏପରି କି ଅଧିକାରୀମାନଙ୍କ ନାଁ ନେଇ ତାଙ୍କ ବାପା ବି ମୋତେ ଗିରଫ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

କରୋନା ରୋଗୀଙ୍କ ଚିକିତ୍ସା କରିବାରେ ଏଲୋପାଥି ଚିକିତ୍ସା ଫେଲ ହୋଇଛି । ଏହା ଏକ ଷ୍ଟୁପିଡ ସାଇନ୍ସ ବୋଲି ରାମଦେବ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସୋଶାଲ ମଡିଆରେ #Arrest Ramdev ଟ୍ରେଣ୍ଡ ମଧ୍ୟ କରୁଛି। ଏସବୁ ଭିତରେ ରାମଦେବଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି।

ଭିଡ଼ିଓରେ ସେ କହୁଥିବା ଦେଖିବାକୁ ମିଳିଛି, “ସ୍ୱାମୀ ରାମଦେବକୁ କେହି ବି ଗିରଫ କରିପାରିବେ ନାହିଁ। ସେମାନେ କେବଳ ଠକ ରାମଦେବ, ମହାଠକ ରାମଦେବ ଓ ରାମଦେବକୁ ଗିରଫ କର କହିପାରିବେ। ଏହାର ଟ୍ରେଣ୍ଡ କରାଇପାରିବେ। ଆମ ଲୋକମାନେ ଏପରି ଟ୍ରେଣ୍ଡ ସହ ଭଲ ଭାବେ ପରିଚିତ। ଆମର ଟ୍ରେଣ୍ଡ ସବୁବେଳେ ଉପରେ ରହିଥାଏ।”

ରାମଦେବଙ୍କ ଏପରି ବୟାନକୁ ଆଇଏମଏ ବିରୋଧ କରିବା ସହ କହିଛି, ଭାରତ ସରକାର ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିବା କଥା। କାରଣ ସେ ଲୋକଙ୍କୁ ଭ୍ରମିତ କରିଙ୍କ ବା ସହ ଟିକା ବିରୋଧରେ କହିଛନ୍ତି। ଆଇଏମଏ ଉତ୍ତରାଖଣ୍ଡ ସହ ଆଇଏମଏ ଡେରାଡୁନ ପକ୍ଷରୁ ମଧ୍ୟ ରାମଦେବଙ୍କ ପାଖକୁ ହଜାରେ କୋଟିର ମାନହାନୀ ନୋଟିସ ପଠାଯାଇଛି।

 

You might also like